ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ୨ ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି। ଅଗଷ୍ଟ ୩୧ ତାରିଖ ମଧ୍ୟେର ଚନ୍ଦ୍ରଯାନ ଆଉ ୪ ଥର ଚନ୍ଦ୍ର ୪ପଟେ ବୁଲିବ। ଏଥିରେ ସଫଳ ହେବା ପରେ ଲାଣ୍ଡର, ବିକ୍ରମ ଅବିର୍ଟରରୁ ଅଲଗା ହେବ।

କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପାଖରେ ଘୁରିବ। ଏକ ବର୍ଷ ପାଇଁ ଏହା କାମ କରିବ ବୋଲି ଆକଳନ କରାଯାଉ ଥିବା ବେଳେ ଏହାର ଇନ୍ଧନ ଯାହା ବଂଚିବ, ସେଥିରେ ଏହା ଆଉ ଏକ ବର୍ଷ କାମ କରି ପାରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ। ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡ କରିବ।

Comment