ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ୭୫ତମ ଜନ୍ମ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ପତ୍ନୀ ସୋନିଆ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ପ୍ରମୁଖ ବୀରଭୂମି ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତାଙ୍କର ଜନ୍ମଦିନକୁ ସଦଭାବନା ଦିବସ ଭାବେ ପାଳନ କରାଯାଉଛି।

ରାଜୀବ ଗାନ୍ଧୀ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ।  ମା’ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ମାତ୍ର ୪୦ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଆଇଟି କ୍ଷେତ୍ରରେ ସେ ଅନେକ ବୈପ୍ଳବିକ ପଦକ୍ଷେପ ନେଇଥିଲେ।

ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହା ମେ ୨୧ ତାରିଖରେ ତାଙ୍କୁ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ତାମିଲନାଡୁ ଅନ୍ତର୍ଗତ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରାଯାଇଥିଲା।

Comment