ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସମସ୍ତ ଶିକ୍ଷାନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା। ଏହାକୁ ଏବେ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନିଆଯାଇଛି।

ଉଚ୍ଚଶିକ୍ଷା, ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଦକ୍ଷତା ବିକାଶ ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ଏଥିରେ ବିଭାଗଗୁଡ଼ିକ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ଡାଟାବେସ୍‌ ଜରିଆରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ତଥ୍ୟ ରଖିବାକୁ ନିଷ୍ପତ୍ତି ହୋଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ କିଭଳି ସଠିକ୍‌ ଭାବେ ପାଳନ କରାଯିବ ତାକୁ ମଧ୍ୟ ବିଭାଗଗୁଡ଼ିକ ଧ୍ୟାନ ଦେବେ।

ମେ’ ମାସରେ ଏକ ଘରୋଇ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସରକାରୀ ବିଶ୍ୱବିଦ୍ୟାଳୟରେ ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି।

Comment