ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ

ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ ହେବ ‘ଡବଙ୍ଗ-୩’। ଟୁଇଟର ମାଧ୍ୟମରେ ସଲମାନ ଖାନ ଏହି କଥା ସ୍ପଷ୍ଟ କରିଛନ୍ତି। ହିନ୍ଦୀ ସମେତ ତେଲୁଗୁ, ତାମିଲ ଓ କନ୍ନଡ ଭଳି ଆଉ ୩ଟି ଭାଷାରେ ରିଲିଜ ହେବ ଦବଙ୍ଗ-୩।

ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରଭୁଦେବା ସଲମାନ ଏଥିରେ ମୁଖ୍ୟ ଚରିତ୍ରରେ ଥିଲାବେଳେ ତାଙ୍କ ଭାଇ ଅର୍ବାଜ୍ ଖାନଙ୍କୁ ବି ଏଥିରେ ଦେଖିବାକୁ ମିଳିବ। ସେ ଏଥିରେ ଅଭିନୟ କରିବା ସହିତ ସଲମାନଙ୍କ ସହ-ପ୍ରଯୋଜକ ଦାୟିତ୍ୱ ତୁଲାଇବେ।

ଦବଙ୍ଗର ୩ରେ ନାୟିକା ଭାବେ ସୋନାକ୍ଷିଙ୍କୁ ହିଁ ଦେଖିବାକୁ ମିଳିବେ। ଖଳନାୟକ ଭାବେ ସାଉଥ୍ ଷ୍ଟାର୍ ସୁଦୀପ ଦେଖାଦେବେ। ଏହା ବ୍ୟତୀତ ଦବଙ୍ଗ ୩ରେ ଶାହରୁଖ୍ ଖାନ୍ କେମିଓ ରୋଲରେ ନଜର ଆସିବେ।

Comment