ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ଦେଇ ଫେରିବା ବେଳେ କ୍ରାଶ ହେଲା ହେଲିକଫ୍ଟର। ଏହି ଦୁର୍ଘଟଣାରେ ହେଲିକଫ୍ଟରରେ ଥିବା ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଏମିତି ଏକ ଅଘଟଣ ଘଟିଛି ଉତ୍ତରାଖଣ୍ଡର ଉତ୍ତରକାଶୀରେ। ରବିବାର ଉତ୍ତରାଖଣ୍ଡରେ ବାଦଲ ଫଟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଭୂସ୍ଖଳନ ମଧ୍ୟ ହୋଇଥିଲା। ଏଥିରେ ଅନେକ ଧନ ଜୀବନ ହାନି ହୋଇଛି।

ଆଜି ଏହି ବନ୍ୟାଞ୍ଚଳରେ ହେଲିକପ୍ଟରଟି ରିଲିଫ୍ ସାମଗ୍ରୀ ବାଣ୍ଟି ଫେରୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ପାହାଡରେ ପିଟି ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ହେଲିକାପ୍ଟରର ପାଇଲଟ, କୋ ପାଇଲଟ, ଏସଡିଆରଏଫ ଯବାନ ସହିତ ତିନି ଜଣ ଥିଲେ। ସମସ୍ତଙ୍କ ୩ ଜଣଙ୍କର ମୃତ୍ୟୁ ଘଟିଛି।

Comment