ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମ ଛଡ଼ା ଏବେ ସାଉଥ୍‌ ଫିଲ୍ମ ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ସାଉଥ ଫିଲ୍ମ ଏକ ସ୍ୱତନ୍ତ୍ର ଦର୍ଶକ ବର୍ଗ ସୃଷ୍ଟି କରିଛି। ସାଉଥ୍‌ ଫିଲ୍ମକୁ ଖ୍ୟାତି ଦେବାରେ ଅଭିନେତା ଚିରଞ୍ଜୀବୀଙ୍କର ମୁଖତଃ ବଡ଼ ଅବଦାନ ରହିଛି।

ଚିରଞ୍ଜୀବୀ ତେଲୁଗୁ ଅଭିନେତା ହୋଇଥିଲେ ମଧ୍ୟ ସେ ତାମିଲ, କନ୍ନଡ ଓ ହିନ୍ଦୀ ଫିଲ୍ମରେ ବି କାମ କରିଛନ୍ତି। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ଜଣେ ମେଗାଷ୍ଟାର ଭାବେ ପରିଚୟ ହାସଲ କରିଛନ୍ତି। ଆସନ୍ତୁ ଜାଣିବା ୧୯୫୫ରେ ଜନ୍ମ ହୋଇଥିବା ଏହି ଅଭିନେତାଙ୍କ ବିଷୟରେ କିଛି କଥା…

ଚିରଞ୍ଜୀବୀଙ୍କ ଅସଲ ନାଁ କୋଣିଦଲ ଶିବ ଶଙ୍କର ବର ପ୍ରସାଦ। ୧୯୭୯ ପୁନାଘିରଲୁ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିବର୍ଷ ଚିରଞ୍ଜୀବଙ୍କ ଅଭିନୀତ ୮ଟି ଫିଲ୍ମ ରିଲିଜ ହୋଇଥିଲା। ତା ପରେ ୧୯୮୦ରେ ତାଙ୍କର ୧୪ ଫିଲ୍ମ ରିଲିଜ ହୋଇଥିଲା। ‘ଇନ୍ଦ୍ରା ଦ ଟାଇଗର’ ଫିଲ୍ମରୁ ସେ ବଲିଉଡ ଡେବ୍ୟୁ କରିଥିଲେ।

ଚିରଞ୍ଜୀବୀଙ୍କ ଆଗାମୀ ଫିଲ୍ମ ହେଉଛି ‘ସଇରା ନରସିହ୍ମା ରେଡ୍ଡୀ’। ଏଥିରେ ବିଗ ବି ଅମିତାଭ ବଚ୍ଚନ, ବିଜୟ ସେନୁପତି, ତମନ୍ନା ଭାଟ୍ଟିୟା ଆଦି କଳାକାର ରହିଛନ୍ତ। ନିକଟରେ ଏହି ଫିଲ୍ମର ଦମଦାର୍‌ ଟିଜର ରିଲିଜ ହୋଇଛି। ଫିଲ୍ମଟି ବେଶ୍‌ ସୁପରହିଟ୍‌ ହେବ ବୋଲି ଆଶା କରାଯାଉଛି।

Comment