ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନକୁ ଚଳିତ ବର୍ଷ ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ। ନିର୍ବାଚନ ନକରି ଛାତ୍ର ପ୍ରତିନିଧିମାନଙ୍କୁ ମନୋନିତ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ଏନେଇ ସବୁ କଲେଜ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖିଛନ୍ତି। ଗତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିଲା। ବାତ୍ୟା ତିତ୍‌ଲି ପାଇଁ ଗତ ବର୍ଷ ନିର୍ବାଚନ ବାତିଲ ହୋଇଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଗତ ୩ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ହୋଇ ନଥିବା ବେଳେ ରେଭେନ୍ସାରେ ମଧ୍ୟ ୩ ବର୍ଷ ହେଲା ନିର୍ବାଚନ ବନ୍ଦ ରହିଛି। ଛାତ୍ର ଅଶାନ୍ତି ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଥିଲା।

Comment