ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ୍‌ କ୍ରିଷନ କୁମାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗୁରୁବାର ମହାପ୍ରଭୁଙ୍କ ଦର୍ଶନ କରି କ୍ରିଷନ କୁମାର ନିଜ ଦାୟିତ୍ୱ ଗ୍ରହଣ କରିଥିଲେ।

ପୂର୍ବତନ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ବଦଳରେ କ୍ରିଷନ କୁମାର ମୁଖ୍ୟ ପ୍ରଶାସକ ପଦରେ ନିଯୁକ୍ତ ହୋଇଛନ୍ତି।

ଏହି ଅବସରରେ ଶ୍ରୀମନ୍ଦିରର ବିକାଶ, ମହାପ୍ରଭୁଙ୍କ ନିର୍ବିଘ୍ନ ନୀତିକାନ୍ତିକୁ ସେ ଗୁରୁତ୍ୱ ଦିଆଯିବ ବୋଲି କ୍ରିଷନ କୁମାର କହିଛନ୍ତି। ଏହା ବ୍ୟତୀତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।

Comment