ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦୮ ବର୍ଷ ତଳର ଏକ ଐତିହାସିକ ଫୁଟବଲ୍ ମ୍ୟାଚ୍ ଉପରେ ବଲିଉଡ ଫିଲ୍ମ ହେବାକୁ ଯାଉଛି। ଫିଲ୍ମ ମେକର ନିଖିଲ ଆଡଭାନୀ ଏହି ଫିଲ୍ମ ନିର୍ମାଣ କରିବେ। ଏଥିରେ ସେ ଅଭିନେତା ଜନ୍‌ ଆବ୍ରାହମଙ୍କୁ ଲିଡ୍‌ ରୋଲ୍‌ରେ ନେବେ ବୋଲି ଜଣାପଡ଼ିଛି। ଫିଲ୍ମର ଟାଇଟଲ ‘୧୯୧୧’ ରହିବ। ଫିଲ୍ମର କାହାଣୀ ଏକ ସତ୍ୟ ଘଟଣାକୁ ନେଇ ଗତିଶୀଳ ହେବ।

୨୯ ଜୁଲାଇ, ୧୯୧୧ ମସିହାରେ ପଶ୍ଚିମବଙ୍ଗରେ ଭାରତ ଓ ବ୍ରିଟିଶ ସେନାର ଇଷ୍ଟ ୟୋର୍କସିର ରେଜିମେଣ୍ଟ ମଧ୍ୟରେ ଖେଳାଯାଇଥିବା ଏକ ଐତିହାସିକ ଫୁଟବଲ୍ ମ୍ୟାଚ ଉପରେ ସିନେମାଟି ଆଧାରିତ ହେବ। ମୋହୁନ ବାଗାନ୍ ଭାରତର କ୍ୟାପଟେନ ଥିଲେ।

ଏହି ଟୁର୍ଣ୍ଣାମେଂଟ ଜିତି ମୋହୁନ ବାଗାନ୍ ଟିମ୍ ଏକ ନୂଆ ଇତିହାସ ରଚିଥିଲା। ଇଷ୍ଟ ୟୋର୍କସିର ରେଜିମେଣ୍ଟକୁ ହରାଇ ଆଇଏଫ୍ଏ ସିଲ୍ ଜିତିଥିବା ପ୍ରଥମ ଏସୀୟ ଟିମ୍ ହୋଇଥିଲା। ମୋହୁନ ବାଗାନ୍ ଆଥ୍ଲେଟ୍ କ୍ଲବ୍ ଭାରତର ପ୍ରଥମ ଆଇଏଫ୍ଏ ସିଲ୍ ଅଧିକାର କରିଥିବା କ୍ଲବ୍ ଭାବେ ପରିଚିତ ହେଲା। ଏହାରି ଉପରେ ଫିଲ୍ମ ତିଆରି ହେବ।

ଆସନ୍ତା ବର୍ଷ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ବର୍ତ୍ତମାନ ଜନ୍ ମୁମ୍ବାଇ ସାଗା ଓ ସତ୍ୟମେବ୍ ଜୟତେ -୨ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ପରେ ୧୯୧୧ର ସୁଟିଂ ଆରମ୍ଭ ହେବ। ୨୦୨୧ ଷେଶ ସୁଦ୍ଧା ଏହା ରିଲିଜ୍ ହେବ।

Comment