ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳିଆ ଯୋଜନା ସମୀକ୍ଷା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିଲା ବୈଠକ। ଏହି ବୈଠକରେ ଅରୁଣ ସାହୁ କାଳିଆ ଛାତ୍ର ବୃତ୍ତି କଥା କହିଛନ୍ତି। ରାଜ୍ୟର ମୋଟ ୭,୨୫୮ ପିଲାଙ୍କ  କାଳିଆ ଛାତ୍ରବୃତ୍ତି ଆାବେଦନକୁ ମଞ୍ଜୁରୀ ମିଳିଛି ଅର୍ଥାତ ୭,୨୫୮ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ମିଳିବ ବୋଲି ସାହୁ କହିଛନ୍ତି।

କାଳିଆ ଛାତ୍ରବୃତ୍ତି ପାଇଁ  http://kalia.co.in/scholarship ୱେବସାଇଟରେ ୧୯,୨୪୭ ଜଣ ଆବେଦନ କରିଥିଲେ। ରାଜ୍ୟର ମୋଟ ୧୮୭ଟି କଲେଜରୁ ଆବେଦନ ପତ୍ର ଆସିଥିଲା।

ଚାଷୀ ପରିବାରର ପିଲାଙ୍କ ଭବିଷ୍ୟତ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଛାତ୍ରବୃତ୍ତିର ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

Comment