ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମସି)ରେ ବଳକା ୩୨ଟି ଏସି/ଏସଟି ସିଟରେ ଅଫଲାଇନ ଆଡମିସନ କରାଯିବ। ଦେଶରେ ଥିବା ସମସ୍ତ ୬ଟି ଆଇଆଇଏମସିରେ ଏହି ସିଟ୍‌ ଉପଲବ୍ଧ ରହିଛି।

ଦିଲ୍ଲୀସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମସି)ରେ ସାମ୍ଵାଦିକତାରେ ପିଜି ଡିପ୍ଲୋମା କୋର୍ସ ପାଇଁ ବଳକା ଏସସି/ଏସଟି ସିଟରେ ଅଫ ଲାଇନ ଆଡମିସନ କରିବା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏସସି/ଏସଟିରେ ବଳିଥିବା ୩୨ଟି ସିଟ୍‌ ପାଇଁ ଏହି ଆଡମିସନ କରାଯିବ। ଦେଶରେ ଥିବା ଆଇଆଇଏମସିର ୬ଟି କ୍ୟାମ୍ପସରେ ଏହି ସିଟ୍‌ ଉପଲବ୍ଧ ରହିଛି।

ଆଇଆଇଏମସି ଦିଲ୍ଲୀରେ ହୀନ୍ଦି ଓ ଉର୍ଦ୍ଦୁ ସମ୍ଵାଦିକତା ପାଇଁ ୭ଟି ସିଟ୍‌, ଆଇଆଇଏମସି ଢେଙ୍କାନାଳରେ ଇଂରାଜୀ ଓ ଓଡ଼ିଆ ସମ୍ଵାଦିକତା ପାଇଁ ୧୦ଟି ସିଟ୍‌, ଆଇଆଇଏମସି ଅମରାବତୀରେ ମରାଠୀ ସାମ୍ଵାଦିକତା ପାଇଁ ୪ଟି ସିଟ୍‌, ଆଇଆଇଏମସି କୋଟାୟମରେ ଇଂରାଜୀ ଓ ମାଲାୟାଲାମ ପାଇଁ ୬ଟି ସିଟ୍‌, ଆଇଆଇଏମସି ଏଜୟଲରେ ୨ଟି ଓ କଶ୍ମୀରରେ ୩ଟି ଇଂରାଜୀ ପତ୍ରକାରିତା ପାଇଁ ସିଟ୍‌ ରହିଛି। ଯେକୌଣସି ଏସସି/ଏସଟି ଛାତ୍ରଛାତ୍ରୀ ନିଜ ଭାଷାରେ ସାମ୍ଵାଦିକତା ପାଇଁ ଏହି ସବୁ କ୍ୟାମ୍ପସରେ ଆଡମିସନ କରିପାରିବେ।

ଗ୍ରାଜୁଏସନ ଡିଗ୍ରୀ ହସଲ କରିଥିବା କୌଣସି ବି ଭାରତୀୟ ନାଗରିକ ଏଠାରେ ଆବେଦନ କରିପାରିବେ। ପାଠ୍ୟକ୍ରମର ସାମଗ୍ରୀ, ଫିସ୍‌ ଓ ଅନଲାଇନ ଆବେଦନ ବିଷୟରେ ଜାଣିବା ପାଇଁ ସଂସ୍ଥାନର ଅଫିସିଆଲ ଓ୍ଵେବସାଇଟ http://www.iimc.gov.in କୁ ଯାଇ ପରିବେ।

ଏହି ବଳକା ସିଟ୍‌ରେ ଆଡମିସନ ପାଇଁ ପରୀକ୍ଷା ଓ ସାକ୍ଷାତକାର ୨୬ ଅଗଷ୍ଟ ୨୦୧୯ ସୋମବାର ଦିନ ଆଇଆଇଏମସିର ସବୁ କ୍ୟାମ୍ପସରେ ଅନୁଷ୍ଠିତ ହେବ। ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ସମସ୍ତ ପ୍ରମାଣ ପତ୍ର ସହ ସେହି ଦିନ କ୍ୟାମ୍ପସରେ ପହଞ୍ଚିବେ।

Comment