ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ି ଚାଲିଛି ପିଆଜ ଦର। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ପାଇଁ ଓଡ଼ିଶାରେ ଆଳୁ ଓ ପିଆଜର ଦର ବୃଦ୍ଧି ଘଟିଛି। ପିଆଜ ଦର ୩୫ ଟଙ୍କା ଛୁଇଁଥିବା ବେଳେ ଆଳୁ ଦର ୧୫ ଟଙ୍କାରେ ପହଞ୍ଚିଛି। ଆଗକୁ ଏହି ଦର ଆହୁରି ବଢ଼ିପାରେ।

ଦେଶରେ ପିଆଜ ଉତ୍ପାଦନ ହେଉଥିବା ନାସିକରେ ଏବେ ବନ୍ୟା ପରିସ୍ଥିତି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ରାଜ୍ୟରେ ପିଆଜ ଦର ବଢ଼ିବା କାରଣରୁ ଖାଉଟିମାନେ ଏବେ ଚିନ୍ତାରେ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଟ୍ରକ୍‌ ଧର୍ମଘଟ ଯୋଗୁଁ ଆଳୁ ଆମଦାନୀ ହ୍ରାସ ପାଇଛି। ଫଳରେ ଓଡ଼ିଶା ବଜାରରେ ଆଳୁ ଦର ତିନି ଦିନ ମଧ୍ୟରେ ତିନି ଟଙ୍କା ବଢ଼ିଛି।

Comment