ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଶେଷକୃତ୍ୟ ବେଳେ ଏକ ଅଘଟଣ ଘଟିଛି। ବୁଧବାର ଜଗନ୍ନାଥ ମିଶ୍ରଙ୍କ ଶେଷକୃତ୍ୟରେ ତୋପସଲାମି ବେଳେ ବନ୍ଦୁକରୁ ଗୁଳି ଫୁଟିନଥିଲା। ଏହାକୁ ନେଇ ପୋଲିସ ବିଭାଗର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି।

ଗତମାସ ୧୯ ତାରିଖରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ଘଟିଥିଲା। ଏହାପରେ ଜଗନ୍ନାଥଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ରାଷ୍ଟ୍ରୀୟ ସମ୍ମାନ ପାଇଁ  ପୋଲିସ୍ ପ୍ରଶାସନ ପକ୍ଷରୁ ତୋପସଲାମୀର ବ୍ୟବସ୍ଥା କରିଥିଲା। ହେଲେ ତୋପସଲାମୀ ପାଇଁ ଥିବା ୨୨ଟି ବନ୍ଧୁକ ମଧ୍ୟରୁ କୌଣସି ଗୋଟିଏ ବନ୍ଧୁକରୁ ଗୁଳି ଫୁଟିନଥିଲା।

ଏହି ଶେଷକୃତ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳର ବହୁ ନେତା ମନ୍ତ୍ରୀ ସାମିଲ ଥିଲେ। ରାଷ୍ଟ୍ରୀୟ ସମ୍ମାନ ପାଇଁ ବନ୍ଧୁକରୁ ଗୁଳି ନଫୁଟିବା ପରେ ସମ୍ପୃକ୍ତ ପୋଲିସ୍ କର୍ମଚାରୀ ବନ୍ଧୁକର ପରୀକ୍ଷା କରିଥିଲେ। ଏହାପରେ ମଧ୍ୟ ଏହି ସମସ୍ୟାର କୌଣସି  ସମାଧାନ ହୋଇପାରିନଥିଲା। ଏହାପରେ ବିନା ତୋପସଲାମୀରେ ଶେଷ ହୋଇଥିଲା ଜଗନ୍ନାଥଙ୍କ ଶେଷକୃତ୍ୟ।

Comment