ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

କାହିଁକି ବନ୍ଦ ହେଲା ଛାତ୍ର ସଂସଦ ନିର୍ବାଚନ?

ଚଳିତ ବର୍ଷ ହୋଇ ପାରିବନି ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଚିଠି ହୋଇଥିଲା। କଲେଜରେ ଇଲେକ୍ସନ ନୁହେଁ, ସିଲେକ୍ସନ କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା।

ନିର୍ମଳା ସୀତାରମଣଙ୍କଙ୍କ ବଡ଼ ଘୋଷଣା – ଏଫ୍‌ପିଆଇରେ ହଟିଲା ସରଚାର୍ଜ

ଦେଶରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ପ୍ରେସ୍‌ ମିଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେବଳ ଭାରତରେ ନୁହେଁ, ସାରା ବିଶ୍ୱ ଏବେ ଆର୍ଥିକ ମାନ୍ଦାବନ୍ଧା ଦେଇ ଗତିକରୁଛି। ଚୀନ ଓ ଆମେରିକା ମଧରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ତେବେ ସାରା ବିଶ୍ୱ ତୁଳନାରେ ଭାରତର ଅର୍ଥବ୍ୟବସ୍ଥା ଭଲ ରହିଛି।”

ପତଞ୍ଜଳି ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର

ପତଞ୍ଜଳିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି। ସେ ହୃଦ୍‌ଘାତରେ ପୀଡିତ ବୋଲି ଜଣାପଡ଼ିଛି। ଅସୁସ୍ଥ ହେବା ପରେ ତାଙ୍କୁ ଋଷିକେଶସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ ପତଞ୍ଜଳିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରନ୍ତି।

୫୦୦ କୋଟିରେ ପୁରୀ ସହରର ହେବ ନବକଳେବର

୨୦୧୫ରେ ମହାପ୍ରଭୁ ଜଗନ୍ନାଥଙ୍କର ହୋଇଥିଲା ନବକଳେବର। ଏଥିପାଇଁ ସେବାୟତଙ୍କଠାରୁ ଆମମ୍ଭ କରି ପୂରା କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ଉଠିଥିଲେ। ମହାପ୍ରଭୁଙ୍କ ନବକଳେବରର ଚାରି ବର୍ଷ ପରେ ଏବେ ପୁରୀ ସହରର ନବକଳେବର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍ ହେବେ ବିକ୍ରମ ରାଠୋର!

ପୂର୍ବତନ ଭାରତୀୟ କ୍ରିକେଟର ତଥା ପୂର୍ବତନ ଚୟନକର୍ତ୍ତା ବିକ୍ରମ ରାଠୋର ହେବେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍। ବର୍ତ୍ତମାନର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ ବିକ୍ରମ ରାଠୋର। ଭାରତୀୟ ଦଳର ବ୍ୟାଟିଂ, ବୋଲିଂ ଓ ଫିଲଡିଂ କୋଚ୍ ପାଇଁ କମିଟି ତିନୋଟି ଲେଖାଏଁ ନାମ ବିସିସିଆଇ ପ୍ରଶାସକ କମିଟିକୁ ସୁପାରିଶ୍ କରିଛି ଚୟନ କମିଟି।  ଏହି ସୁପାରିଶରେ ବ୍ୟାଟିଂ କୋଚ ପାଇଁ ବିକ୍ରମ ରାଠୋରଙ୍କ ନାଁ ପ୍ରଥମରେ ରହିଛି। ଏଥିରୁ ଏକପ୍ରକାରର ସ୍ଥିର ହୋଇଯାଇଛି ଯେ, ବିକ୍ରମ ରାଠୋର ହିଁ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ୍‌ ହେବେ।

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ଦୌଡ଼ରାଣୀ ଦୂତି ଚାନ୍ଦ

ଦୌଡ଼ରାଣୀ ଦୂତି ଚାନ୍ଦ ବର୍ତ୍ତମାନ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୬ରେ ରିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ଵ କରି ସାରିଥିବା ଦୂତି ଟୋକିଓ ଅଲିମ୍ପିକ୍ସ ପାଇଁ ମନୋବଳ ଦୃଢ଼ କରିଛନ୍ତି। ଏନେଇ ସେ ଅଗଷ୍ଟ ୨୭ରେ ଉତ୍ତରପ୍ରଦେଶ ଲକ୍ଷ୍ନୌଠାରେ ଖେଳାଯିବାକୁ ଥିବା ଅନ୍ତଃରାଜ୍ୟ ଦୌଡ଼ ପ୍ରତିଯୋଗିତା ଓ ସେପ୍ଟେମ୍ଵର ୨୭ରେ କାତାରର ଦୋହାର ବିଶ୍ଵ ଚମ୍ପିୟାନସିପରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ମାମଲା କ’ଣ? କିଏ ଏହି ଇନ୍ଦ୍ରାଣୀ ମୁଖାର୍ଜୀ?

ଆଇଏନ୍‌ଏକ୍ସ ମିଡିଆ ମାମଲାକୁ ନେଇ ସାରା ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ ଗିରଫ ହେବା ପରେ ୨୦୦୭ ମସିହାର ଏହି ମାମଲା ପୁଣି ତାଜା ହୋଇଛି।

କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିପି ଭାବେ ଦାୟିତ୍ଵ ନେଲେ ସଫିନ ଅହମ୍ମଦ କେ

କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଫିନ ଅହମ୍ମଦ କେ। ସେ ପୂର୍ବତନ ଡିଆଇଜିପି ହିମାଂଶୁ ଲାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ହିମାଂଶୁ ଲାଲ ସମ୍ବଲପୁର ଡିଆଇଜିପି ଭାବେ ବଦଳି ହେବା ପରେ ସଫିନଙ୍କୁ କୋରାପୁଟରେ ଡିଆଇଜିପି ଭାବେ ନିଯୁକ୍ତି କରାଯାଇଛି।

ବଦଳିଲା ଆଣ୍ଡ୍ରୋଏଡର ନାଁ, ଏଣିକି କେବଳ Android 10

ବହୁ ଦିନରୁ ଆଣ୍ଡ୍ରୋଏଡ ଭର୍ସନ କୌଣସି ଖାଦ୍ୟ ପଦାର୍ଥ ନାଁ ଉପରେ ରହିଆସୁଅଛି। ଯେମିତିକି ଆଣ୍ଡ୍ରୋଏଡ କିଟ୍‌କାଟ୍‌, ଆଣ୍ଡ୍ରୋଏଡ ଲଲିପପ୍‌, ଆଣ୍ଡ୍ରୋଏଡ ମାର୍ସମେଲୋ, ଆଣ୍ଡ୍ରୋଏଡ ଓରିଓ। ତେବେ ଏହି ପରମ୍ପରାକୁ ଭାଙ୍ଗି କେବଳ ଗୋଟିଏ ନାଁ ରଖିବାକୁ ସ୍ଥିର କରିଛି ଆଣ୍ଡ୍ରୋଏଡ। ବର୍ତ୍ତମାନ ଏହାର ନାଁ ରହିବ Android 10।

ସେପ୍ଟେମ୍ବର ୧୫ ସୁଦ୍ଧା ୫ଟି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ରାଜ୍ୟରେ ୫ଟି କାର୍ଯ୍ୟକାରୀ ନେଇ ପ୍ରାୟ ସବୁ ବିଭାଗ ନିଜ ନିଜର ଖସଡ଼ା ପ୍ରସ୍ତୁତ କରି ସାରିଲେଣି। ଯେଉଁ ସବୁ ବିଭାଗ ଖସଡ଼ା ପ୍ରସ୍ତୁତ କରି ନାହାନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର ୧୫ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି।

୩୦ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ରାଜ୍ୟର ୩୦ଟି ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ବିଜୁ ଜନତା ଦଳର ବିଭିନ୍ନ ନେତାମାନଙ୍କୁ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି। ଜାଣନ୍ତୁ କେଉଁ ନେତାଙ୍କୁ ମିଳିଛି କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ?

ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବାରେ ପାକିସ୍ତାନ ବିଫଳ – ବ୍ଲାକ୍‌ ଲିଷ୍ଟ କଲା ଏଫ୍‌ଏଟିଏଫ୍

 ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍) ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିଛି। ଆତଙ୍କବାଦକୁ ପାଣ୍ଠି ଯୋଗାଣରେ ନିୟନ୍ତ୍ରଣ କରିବା ଏବଂ ଆର୍ଥିକ ଦୁର୍ନୀତିକୁ ରୋକିବାରେ ବିଫଳ ହୋଇଥିବାରୁ ଏଫ୍‌ଏଟିଏଫ୍ ପକ୍ଷରୁ ପାକିସ୍ତାନକୁ ଏହି ବଡ଼ ଝଟକା ଲାଗିଛି।

ଛାତ୍ର ସଂସଦ ନିର୍ବାଚନ ବନ୍ଦ –  କ’ଣ କହୁଛନ୍ତି ଛାତ୍ର ନେତା?

ଚଳିତ ବର୍ଷ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜରେ ହେବନି ଛାତ୍ର ସଂସଦ ନିର୍ବାଚନ। ଏହା ବଦଳରେ କ୍ୟାମ୍ପସରେ ଛାତ୍ର ପ୍ରତିନିଧି ଚୟନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଗୁରୁବାର ସଂଧ୍ୟାରେ ଏନେଇ ନିଷ୍ପତି ନିଆଯିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଛାତ୍ରଗୋଷ୍ଠୀ ଏହାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲାବେଳେ, ଅନ୍ୟ କେତେକ ଛାତ୍ରଗୋଷ୍ଠୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି।

ଏଣିକି ବିଡିଏରେ ଘରେ ବସି ଆବେଦନ କରିପାରିବେ ଘର ପ୍ଲାନ

ଏଣିକି ଘର ପ୍ଲାନ ପାଇଁ ଆଉ ଆର୍‌କିଟେକ୍ଟଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ସେପ୍ଟେମ୍ଵର ମାସରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ନୂଆ ପ୍ଲାନିଂ ଆଣୁଛନ୍ତି। ଏଥିରେ ନିଜ ଘର ପ୍ଲାନ ନିଜେ ଆବେଦନ କରିପାରିବେ। ବିଡିଏ ଅଧିନରେ ଘର ତିଆରି କରିବାକୁ ଚାହୁଁଥିଲେ ବିଡିଏ ଓ୍ଵେବସାଇଟକୁ ଯାଇ ନିଜ ଘର ପ୍ଲାନ ନିଜେ ଆବେଦନ କରିପାରିବେ। ଘରର ବିଭିନ୍ନ ଡମି ଡିଜାଇନ ଓ୍ଵେବସାଇଟରେ ଉପଲବ୍ଧ ହେବ। ନିଜ ପସନ୍ଦର ଡିଜାଇନ ଉପରେ କ୍ଲିକ କରିଦେଲେ ଆବେଦନ ହୋଇଯିବ। ଏହାପରେ ବିଡିଏ ଅନୁମୋଦନ କରିବ।

ଅଗଷ୍ଟ ୨୬କୁ ଘୁଞ୍ଚିଲା ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି

ଆଇଏନଏକ୍ସ ମିଡିଆ ମାମଲାରେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଆଗୁଆ ଜାମିନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଚିଦାମ୍ବରମ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। ହେଲେ ଆବେଦନ ଶୁଣାଣିକୁ ଆସନ୍ତା ୨୬ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ।

ପୁରୀ ବିକାଶ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ବାତ୍ୟା ଫନିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ପୁରୀର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି।

ପୋଲିସ ସାଜିଲେ ଡକାୟତ – ଯାଞ୍ଚ ବାହାନାରେ ଲୁଟିଲେ ଦେଢ଼ ଲକ୍ଷ ଟଙ୍କା

ଗାଡ଼ି ଚେକିଂ ବାହାନାରେ ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ପୋଲିସ କର୍ମଚାରୀ। ପରେ ଧରା ପଡ଼ିଯିବା ବାହାନାରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଏନେଇ ବ୍ୟବସାୟୀ ଜଣକ ଟାଙ୍ଗି ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାରେ ୩ଜଣ ପୋଲିସ କର୍ମଚାରୀଙ୍କୁ ଟାଙ୍ଗି ଥାନାରେ ଅଟକ ରଖାଯାଇଛି।

ଭାରତ-ଓ୍ଵେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ – ପ୍ରଥମ ଦିନରେ ଭାରତ ୨୦୩/୬

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍‌ ଆରମ୍ଭ ହୋଇଯାଇଛି। ତେବେ ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମଦିନ ଶେଷ ସୁଦ୍ଧା ୬ ଓ୍ଵିକେଟ ହରାଇ ୨୦୩ ରନ କରିଛି। ଦଳ ପକ୍ଷରୁ ପ୍ରଥମଦିନରେ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଆଜ୍ୟିଙ୍କ ରାହାଣେ ୮୧ ରନ କରିଛନ୍ତି।

ଭାରତୀୟ ଟିମ୍‌କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ଟିମ୍‌ ଇଣ୍ଡିଆକୁ ଓ୍ଵେଷ୍ଟଇଣ୍ଡିଜରେ ମାରିଦେବାକୁ ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ଆସାମରୁ ଗିରଫ କରିଛି ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାର୍ଡ(ଏଟିଏସ)।

ଇସ୍କନ୍‌ ଆଗରେ ବହିଲା ଯମୁନା, ଜନ୍ମାଷ୍ଟମୀରେ ଭକ୍ତ ହଟହଟା

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ସକାଳୁ ଇସ୍କନ୍‌ ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଥିଲା। ଶ୍ରଦ୍ଧାଳୁମାନେ ରୋଡ୍‌ରୁ ଲାଇନ୍‌ ଲଗାଇ ଠିଆ ହୋଇଥିଲେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ କୃଷ୍ଣଙ୍କୁ ପୂଜା କରିବାକୁ ଆସିଥିବା ଭକ୍ତଙ୍କୁ ଅସରାଏ ବର୍ଷାରେ ନାକେଦମ୍‌ ହେବାକୁ ପଡ଼ିଛି। କାରଣ ଅସରାଏ ବର୍ଷାରେ ଇସ୍କନ୍‌ ସମ୍ନାରେ ଅଣ୍ଟାଏ ପାଣି ଜମି ରହିଛି। ଫଳରେ ପୂଜା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ହଟହଟା ହେବାକୁ ପଡ଼ିଛି।

ଓଡ଼ିଶାର ପ୍ରଥମ ମହିଳା ଡାକ୍ତର ଥିଲେ କୁନ୍ତଳା କୁମାରୀ ସାବତ

ଦେଶ ସ୍ୱାଧୀନତା ପାଇଁ ଯେତେବେଳେ ବ୍ରିଟିଶଙ୍କ ସହ ଲଢ଼ୁଥିଲା ସେହି ସମୟରେ ଓଡ଼ିଶାରେ ଯେଉଁ କେତେଜଣ ନାରୀ କବିଙ୍କ ଆବିର୍ଭାବ ହୋଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ। ଏକା ଧାରରେ ସେ ଥିଲେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ। ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ।  ଆଜି ସେହି ମହିୟଷୀ ମହିଳାଙ୍କ ଶ୍ରାଦ୍ଧବାର୍ଷିକୀ।

ଚନ୍ଦ୍ରମାର ପ୍ରଥମ ଫଟୋ ଦେଲା ଚନ୍ଦ୍ରଯାନ ୨

ଚନ୍ଦ୍ରଯାନ ୨ ଦ୍ୱାରା ଉଠାଯାଇଥିବା ଚନ୍ଦ୍ରର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁରୁବାର ଏହି ଫଟୋ ସାର୍ବଜନୀନ କରିଛି। ଚନ୍ଦ୍ରପୃଷ୍ଠଠାରୁ ୨୬୫୦ କିମି ଉଚ୍ଚତାରୁ ଏହି ଫଟୋକୁ ଉତ୍ତୋଳନ କରାଯାଇଥିବା ଇସ୍ରୋ କହିଛି।

ସାବଧାନ: ଏଣିକି ବିନା ଟିକେଟ୍‌ରେ ‘ମୋ ବସ୍‌’ରେ ଯାତ୍ରା କଲେ ଦେବେ ୫୦୦ ଟଙ୍କାର ଜରିମାନା

ବିନା ଟିକେଟ୍‌ରେ ବା ପାସ୍‌ରେ ମୋ ବସ୍‌ରେ ଗଲେ ଦେବାକୁ ହେବ ଜରିମାନା। ବିନା ଟିକେଟ୍‌ରେ ମୋ ବସ୍‌ରେ ଯାତ୍ରା କଲାବେଳେ ଯଦି ଧରାପଡ଼ନ୍ତି ତେବେ ସର୍ବନିମ୍ନ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।

ଭିଏସ୍‌ଏସ୍‌ୟୁଟିରେ ରାଗିଂ: ୧୦ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷା ମନା, ୫୨ ଜଣଙ୍କୁ ଜରିମାନା

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ପାଇଁ ନିଆଗଲା ଦୃଢ଼ କାର୍ଯ୍ୟାନୁଷ୍ଟାନ। ସିନିଅର ଛାତ୍ରମାନେ ଜୋରଜବରଦସ୍ତ ଜୁନିଅର୍ ଛାତ୍ରଛାତ୍ରୀଙ୍କୁ ରାଗିଂ କରିବା ଭାରିପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ବେଳେ ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି।

Comment