ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଟିଭିରେ ସବୁବେଳେ ପୌରାଣିକ ସିରିଏଲଗୁଡ଼ିକର ବେଶ୍ ଲୋକପ୍ରିୟତା ରହିଛି। ଭଗବାନ ଶ୍ରୀରାମଚନ୍ଦ୍ର, ହନୁମାନ, ମହାଦେବ, ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ଦିନେ ଲୋକେ ପୂଜା କରିବାକୁ ଲାଗିଥିଲେ। ହେଲେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି କୃଷ୍ଣଙ୍କ ରୋଲ୍ରେ ଅଭିନୟ କରିଥିବା କଳାକାର। ସେହିମାନଙ୍କ ଭିତରେ ଅଛନ୍ତି ନୀତିଶ ଭରଦ୍ୱାଜ, ସୌରଭ ଜୈନ, ସର୍ବଦମନ।
ଯଦି କୃଷ୍ଣଙ୍କ କଥା କହିବା ତେବେ ସର୍ବପ୍ରଥମେ ଅଭିନେତା ନୀତିଶ ଭରଦ୍ୱାଜଙ୍କ ନାଁ ଆସିବ। ବି ଆର ଚୋପ୍ରାଙ୍କ ହିଟ ସୋ ମହାଭାରତରେ ସେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହାକୁ ରବି ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ।
ଅଭିନେତା ସୌରଭ ଜୈନ ଟିଭିର ଜଣାଶୁଣା ଚେହେରା। ସେ ବିଭିନ୍ନ ପୌରାଣିକ ସିରିଏଲରେ କାମ କରିଛନ୍ତି। ସେ ରାମ, ମହାଦେବ, କୃଷ୍ଣ, ବିଷ୍ଣୁ ଆଦି ଚରିତ୍ରରେ ଅଭିନୟ କରିଛନ୍ତି। ୨୦୧୩ରେ ଷ୍ଟାରପ୍ଲସରେ ଆସିଥିବା ସିରିଏଲ ମହାଭାରତରେ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା।
ସିରିଏଲରେ ପରମାବତାର ବାଳ କୃଷ୍ଣଙ୍କ ରୋଲ କରିଥିଲେ ଶିଶୁ କଳାକାର ନିର୍ଣ୍ଣୟ ସମାଧିଆ।
ସେହିପରି କଲର୍ସରେ ପ୍ରସାରିତ ଜୟ ଶ୍ରୀକୃଷ୍ଣରେ ଛୋଟ କୃଷ୍ଣ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଏହି ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ହେଲେ ଧୂତି ଭାଟିଆ। ସୁନ୍ଦର ଚେହେରା, ସୁନ୍ଦର ଏକ୍ସପ୍ରେସନ, ଡାଇଲଗରେ ସେ ହଜାର ହଜାର ଦର୍ଶକଙ୍କ ହୃଦୟ ଜିତଥିଲେ।