ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରପାରିରେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ଶନିବାର ଦିଲ୍ଲୀ ଏମ୍ସ ହସ୍ପିଲାରେ ଅରୁଣ ଜେଟଲୀ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ଆସନ୍ତାକାଲି ରବିବାର ଦିନ ୨ଟାରେ ଜେଟଲୀଙ୍କ ଅନ୍ତିମ ସଂସ୍କାର ହେବ।

ଅରୁଣ ଜେଟଲୀଙ୍କ ବିୟୋଗ ପରେ ଏମ୍ସରୁ ତାଙ୍କର ପାର୍ଥିବ ଶରୀର ପ୍ରଥମେ ଦିଲ୍ଲୀର କୈଳାସ କଲୋନୀସ୍ଥିତ ବାସଭବନକୁ ଅଣାଯିବ।

ଏହାପରେ ରବିବାର ସକାଳ ୧୦ଟାରେ ଶେଷ ଦର୍ଶନପାଇଁ ତାଙ୍କର ମରଶରୀର ଦିଲ୍ଲୀ ବିଜେପି ମୁଖ୍ୟାଳୟକୁ ଆସିବ। ସେଠାରେ ବହୁ ନେତା ମନ୍ତ୍ରୀ ଜେଟଲୀଙ୍କୁ ଶେଷ ଦର୍ଶନ କରିବେ।

ରବିବାର ଅପରାହ୍‌ଣରେ ଦିଲ୍ଲୀର ଯମୁନାନଦୀ କୂଳରେ ଥିବା ନିଗମବୋଧ ଘାଟରେ ହେବ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର।

Comment