ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ବଲିଉଡ ଜଗତ। ବଲିଉଡ ଆକ୍ଟର ବରୁଣ ଧଓ୍ୱନଙ୍କଠୁ ଆରମ୍ଭ କରି ଅଜୟ ଦେବଗନ୍‌ ପର୍ଯ୍ୟନ୍ତ ବଲିଉଡ ସେଲିବ୍ରିଟିମାନେ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବରୁଣ ଧଓ୍ୱନ୍ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଲେଖିଛନ୍ତି, ‘‘ଭଗବାନ ଜେଟଲୀଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଆପଣଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ପାଇଁ ଧନ୍ୟବାଦ। ଆପଣ ସବୁବେଳେ ମନେ ରହିବେ।’’

ବଲିଉଡ କେମଡିଆନ୍‌ ତଥା ଅଭିନେତା କପିଲ ଶର୍ମା ଟୁଇଟ କରି ଲେଖିଛନ୍ତି, ‘‘ଅରୁଣ ଜେଟଲୀଙ୍କ ବିୟୋଗରେ ମୁଁ ଦୁଃଖିତ। ସେ ଜଣେ ମହାନ ଓ ପ୍ରଭାବଶାଳୀ ନେତା।

ଅରୁଣ ଜେଟଲୀଙ୍କ ବିୟୋଗରେ ଅଭିନେତା ଅନିଲ କପୁର ୨୦ ବର୍ଷର ପୂର୍ବର କିଛି ସ୍ମୃତି ସେୟାର କରିଛନ୍ତି।

ଅନିଲ କପୁର ଲେଖିଛନ୍ତି, ‘‘ମୁଁ ଅରୁଣ ଜେଟଲୀଙ୍କ ସହ ୨୦ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଭେଟ କରିଥିଲି। ସେବେଠୁ ମୁଁ ତାଙ୍କର ଫ୍ୟାନ୍‌ ଥିଲି। ତାଙ୍କ ବିୟୋଗ ଦେଶ ପାଇଁ ବଡ଼ କ୍ଷତି। ଆପଣ ସବୁବେଳେ ମନେ ରହିବେ।’’

ଦିଗଜ ଗାୟିକା ଲତା ମଙ୍ଗେସ୍କର ଟୁଇଟ୍ କରି ଲେଖିଛନ୍ତି, ‘‘ଅରୁଣ ଜେଟଲୀଙ୍କ ବିୟୋଗ ଖବର ଶୁଣିକି ମୁଁ ବହୁତ ଦୁଃଖିତ। ସେ ବହୁତ ଶାନ୍ତ ଥିଲେ। ସେ ସବୁବେଳେ ମତେ ଦେଖାକରିବାକୁ ଆସନ୍ତି। ମୁଁ ତାଙ୍କ ପରିବାରକୁ ସମବେଦନା ଜଣାଉଛି।’’

ଶନିବାର ମଧ୍ୟାହ୍ନରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଜେଟଲୀଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି ହୋଇଥିଲେ।

Comment