ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ ପୁଣି ଥରେ ଆମ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ୱିଜଲ୍ୟାଣ୍ଡରେ ଚାଲୁଥିବା ବିଡବ୍ଲୁଏଫ ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପ ୨୦୧୯ରେ ସିନ୍ଧୁ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି।

ଚୀନର ଚେନ୍‌-ୟୁ-ଫେଇଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ବିଶ୍ୱ ବିଜେତା ହେବା ପାଇଁ ସେ ଆଉ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି।

ବ୍ୟାଡମିଣ୍ଟନ ୱାର୍ଲଡ ଚାମ୍ପିୟନସିପର ଭାରତର ପୁରଷ ଏବଂ ମହିଳା ବର୍ଗରେ ଆଜି ପର୍ଯ୍ୟନ୍ତ କେହି ଗୋଲ୍ଡ ମେଡାଲ ପାଇପାରିନାହିଁ। ଯଦି ସିନ୍ଧୁ ବିଶ୍ୱ ବିଜେତା ହୁଅନ୍ତି ତେବେ ସିନ୍ଧୁ ଭାରତ ପାଇଁ ଏକ ନୂଆ ଇତିହାସ ରଚିବେ। ବର୍ତ୍ତମାନ ତାଙ୍କ ନାଁରେ ରୌପ୍ୟ ପଦକ ପକ୍କା ହୋଇସାରିଛି।

Comment