ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳର ଏକ ପ୍ରତିନିଧି ମଣ୍ଡଳ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ। କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇ ନେତା ଡି ରାଜା, ସିପିଆଇଏମ୍ ନେତା ସୀତାରାମ ୟେଚୁରି ଏବଂ ଆରଜେଡି ନେତା ମନୋଜ ଝା ଏହି ଗସ୍ତରେ ଯାଉଥିବା ଜଣାପଡ଼ିଛି ।

ସେପଟେ ବିରୋଧୀଙ୍କ ଗସ୍ତକୁ ଜମ୍ମୁ କଶ୍ମୀର ପ୍ରଶାସନ ବିରୋଧ କରିଥିବା ଜଣା ପଡ଼ିଛି। ଏମାନେ ଗଲେ ଜମ୍ମୁ କଶ୍ମୀରର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।  ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ‘‘ ଯଦି କଶ୍ମୀରରେ ସ୍ଥିତି ସ୍ୱାଭାବିକ ଅଛି ତେବେ ଆମକୁ ଯିବାକୁ ବାରଣ କାହିଁକି କରାଯାଉଛି?’’

ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ କଶ୍ମୀର ଗସ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ବିମାନବନ୍ଦରରେ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା ।

Comment