ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ 

ଟ୍ରେଣ୍ଡିଙ୍ଗ୍‌ରେ ଭିକ୍କି କୌଶଲଙ୍କ ନୂଆ ଅଲବମ୍‌ ଗୀତ ‘ପଛ୍‌ତାଓଗେ’। ଶୁକ୍ରବାର ଟି-ସିରିଜ ପକ୍ଷରୁ ଏକ ଆଲବମ୍‌ ଗୀତ ରିଲିଜ ହୋଇଛି। ଯେଉଁଥିରେ ଅଭିନୟ କରିଛନ୍ତି ବଲିଉଡ୍‌ ହ୍ୟାଣ୍ଡସମ ଭିକ୍କି କୌଶଲ ଏବଂ କମରିଆ ଗର୍ଲ ନୋରା ଫତେ। ଏହି ମ୍ୟୁଜିକ୍‌ ଭିଡିଓକୁ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବା ସହ ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ୧ରେ ରହିଛି ‘ପଛ୍‌ତାଓଗେ’।

ରିଲିଜର ୨୪ ଘଣ୍ଟା ମଧ୍ୟରେ ‘ପଛ୍‌ତାଓଗେ’କୁ ୟୁଟ୍ୟୁବ୍‌ରେ ଦେଢ଼ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

‘ପଛ୍‌ତାଓଗେ’ ହେଉଛି ଅଭିନେତା ଭିକ୍କି କୌଶଲଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ। ଏହି ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ବଲିଉଡ ପ୍ଲେ ବ୍ୟାକ୍‌ ସିଙ୍ଗର ଅରିଜିତ୍‌ ସିଂ। ଭିଡିଓ ଲଭ୍‌, ରୋମାନ୍ସ, ଧୋକା ଏବଂ ଶେଷରେ ଏକ ଭିନ୍ନ ଟୁଇଷ୍ଟକୁ ନେଇ ଏହି ମ୍ୟୁଜିକ୍‌ ଭିଡିଓ। ଯାହା ଦର୍ଶକମାନଙ୍କୁ ଅଧିକ ପସନ୍ଦ ଆସିଛି।

ସେହିପରି ସୋସିଆଲ ମିଡିଆରେ ମଧ୍ୟ ଏହି ମ୍ୟୁଜିକ୍‌ ଭିଡିଓର କ୍ରେଜ୍‌ ଦେଖିବାକୁ ମିଳିଛି। ଭିକ୍କି କୌଶଳଙ୍କ ଜବରଦସ୍ତ ଅଭିନୟ ଏବଂ ଏକ୍ସପ୍ରେସନରେ ମତୁଆଲ ହୋଇଛନ୍ତି ଦର୍ଶକ। ଅନ୍ୟପକ୍ଷରେ ନୋରା ଫତେଙ୍କ ସହ ଭିକ୍କିଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମିଳିଛି।

Comment