ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାର ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ତାଙ୍କ ରେକର୍ଡରେ ଆଉ ଏକ ଅଧ୍ୟାୟ ଯୋଡ଼ି ଦେଇଛନ୍ତି। ସ୍ଵିଜରଲାଣ୍ଡର ବାସେଲରେ ଚାଲିଥିବା ବିଶ୍ଵ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ୟାଡମିଣ୍ଟନ ଡବଲ୍ସ ସେ ସ୍ଵର୍ଣ୍ଣ ଜିତିବା ପରେ ଏବେ ସିଙ୍ଗଲ୍ସରେ ମଧ୍ୟ ନିଜ ଯାଦୁ ଦେଖାଇଛନ୍ତି।

ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଇଂଲଣ୍ଡର ଡାନିଆଲ ବେଥେଲଙ୍କୁ ପରାସ୍ତ କରିଛନ୍ତି। ସେ ୬-୧୧, ୨୧-୧୪, ୨୧-୧୫ରେ ଡାନିଆଲ୍‌ଙ୍କୁ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ପ୍ରମୋଦ ଓ ମନୋଜଙ୍କ ଯୋଡ଼ି ଡବଲ୍ସ ଫାଇନାଲରେ ଭାରତୀୟ ତାରକା ତରୁଣ ଓ ନିତେଶଙ୍କ ଯୋଡ଼ିକୁ ପରାସ୍ତ କରି ସ୍ଵର୍ଣ୍ଣ ହାସଲ କରିଥିଲେ।

ବରଗଡ଼ ଜିଲ୍ଲାର ମୂଳ ବାସିନ୍ଦା ପ୍ରମୋଦ, ବ୍ୟାଡମିଣ୍ଟନରେ ରାଜ୍ୟ ଓ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି। ଏହାସହ ତାଙ୍କ ନାଁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମଧ୍ୟ ମନୋନିତ କରାଯାଇଛି।

Comment