ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ଟି ରାଜ୍ୟର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ହେବ ଉପ ନିର୍ବାଚନ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଛତିଶଗଡ଼, କେରଳ, ଉତ୍ତର ପ୍ରଦେଶ ଏବଂ ତ୍ରିପୁରା ରାଜ୍ୟର  ମୋଟ ୪ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ।

ଛତିଶଗଡ଼ର ଦାନ୍ତେୱାଡ଼ା, କେରଳର ପାଲା, ତ୍ରପୁରାର ବଧରଘାଟ ଏବଂ ଉତ୍ତର ପ୍ରଦେଶର ହମିରପୁର ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏନେଇ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ ବିଷୟରେ ସବିଶେଷ ବିବରଣୀ ଆସନ୍ତା ଅଗଷ୍ଟ ୨୮ ଜାରି ହେବ।

ସେପ୍ଟେମ୍ବର ୨୩ ତାରିଖରେ ହେବ ଉପ ନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ ଭୋଟ ଗଣତି ହେବ।

Comment