ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେ ଓଲିଉଡ ଅଭିନେତା ବାବୁସାନଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ବାବୁସାନଙ୍କ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ୟୁଜର୍ସ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି।

ଏହି ଫଟୋ ଗୁଡିକରେ ବାବୁସାନ ପୂର୍ବ ଅପେକ୍ଷା ଟିକେ ଭିନ୍ନ ଦେଖାଯାଉଥିବା ଲକ୍ଷ୍ୟ କରାଯାଉଛି।

ବାବୁସାନ ତାଙ୍କର ଆଗାମୀ ଫିଲ୍ମ ‘ମିଷ୍ଟର ମଜନୁ’ ପାଇଁ ଏପରି ନୂଆ ଅନ୍ଦାଜରେ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଆଗାମୀ ଦଶହରାରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି ବାବୁସାନଙ୍କ ନୂଆ ଫିଲ୍ମ ‘ମିଷ୍ଟର ମଜନୁ’।

ଏହି ଫିଲ୍ମରେ ବାବୁ ତିନିଜଣ ହିରୋଇନଙ୍କ ସହ ଅଭିନୟରେ ନଜର ଆସିବେ। ତାଙ୍କର ଏହି ଫଟୋଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଥିବା ଲକ୍ଷ୍ୟ କରାଯାଇଛି। ଓଲିଉଡର ସଞ୍ଜୁବାବାଙ୍କ ଏଭଳି ନୁଆରୂପ ଦର୍ଶକମାନଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସୁଛି।

ଲଗାତାର ଜିମ୍‌ରେ ପରିଶ୍ରମ କରିବା ପରେ ବାବୁସାନ୍ ତାଙ୍କର ଏହି ସିକ୍ସ ପ୍ୟାକ୍ ବଡି ତିଆରି କରିପାରିଛନ୍ତି।

Comment