ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଇତିହାସ ରଚିଲେ ସିନ୍ଧୁ – ଜିତିଲେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଟାଇଟଲ

ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ରଚିଛନ୍ତି। ସେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଜିତି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଚାମ୍ପିୟସିପ ଜିତିବାରେ ସେ ପ୍ରଥମ ଭାରତୀୟ ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଫାଇନାଲରେ ଜାପାନର ନୋଜମି ଓକୁହାରାଙ୍କୁ ହରାଇଥିଲେ।

ପଞ୍ଚଭୂତରେ ଲୀନ ହେଲା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର

ସ୍ଥିତ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅରୁଣଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି ଅନ୍ତିମ ବିଦାୟ। ପୁଅ ରୋହନ ଜେଟଲୀଙ୍କୁ ମୁଖାଗ୍ନି ଦେଇଛନ୍ତି।

‘ମନ୍ କି ବାତ୍’ରେ ମୋଦୀଙ୍କ ଆହ୍ୱାନ – ଗାନ୍ଧୀଙ୍କ ନୀତି ଆଦର୍ଶକୁ ଗ୍ରହଣ କର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ମନ୍‌ କି ବାତ୍‌ରେ ମୋଦୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ନିଜ ଜୀବନରେ ମନ୍ତ୍ର ଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି।

ସେପ୍ଟେମ୍ବର ୨୩ରେ ହେବ ୪ଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ

୪ଟି ରାଜ୍ୟର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ହେବ ଉପ ନିର୍ବାଚନ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବଜ୍ରାଘାତରେ ଗଲା ୪ ଜୀବନ

ବଜ୍ରାଘାତ ଯୋଗୁଁ ରାଜ୍ୟ ବିଭିନ୍ନ ସ୍ଥାନରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି। ଏହା ମଧ୍ୟରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବଜ୍ର ପଡ଼ି ଅକାଳରେ ୪ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ପେଣ୍ଠଠାରେ ଜିଓ ଟ୍ୟୁବ ପ୍ରକଳ୍ପରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା ଜିଲ୍ଲା ସମୁଦ୍ର ଉପକୂଳରେ ଅବସ୍ଥିତ ପେଣ୍ଠଠାରେ ଏକ ଅଘଟଣ ଘଟିଛି। ସମୁଦ୍ର କୂଳ କ୍ଷୟକୁ ରୋକିବା ପାଇଁ ନିର୍ମାଣ ହୋଇଥିବା ଜିଓ ଟ୍ୟୁବ ପ୍ରକଳ୍ପରେ ନିଆଁ ଲାଗି ଏହାକୁ ସୁରକ୍ଷା ଦେଉଥିବା ସିନ୍ଥେଟିକ ଜାଲ ପୋଡି ହୋଇଯାଇଛି। ଫଳରେ ସମୁଦ୍ର ଲହଡ଼ିରେ ଜିଓ ଟ୍ୟୁବ୍‌ରୁ ପଥର ବାହାରି ଯିବାରେ ଲାଗିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ଏହି ଘଟଣା ଘଟାଇଥାଇପାରେ ବୋଲି ଅନୁମାନ କରାଯାଉଛି।

ବିଶ୍ଵ ପାରା ବ୍ୟାଡମିଣ୍ଟନ ଚାମ୍ପିନସିପ୍‌ ସିଙ୍ଗଲ୍ସରେ ସ୍ଵର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ଓଡ଼ିଶାର ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ତାଙ୍କ ରେକର୍ଡରେ ଆଉ ଏକ ଅଧ୍ୟାୟ ଯୋଡ଼ି ଦେଇଛନ୍ତି। ସ୍ଵିଜରଲାଣ୍ଡର ବାସେଲରେ ଚାଲିଥିବା ବିଶ୍ଵ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ୟାଡମିଣ୍ଟନ ଡବଲ୍ସ ସେ ସ୍ଵର୍ଣ୍ଣ ଜିତିବା ପରେ ଏବେ ସିଙ୍ଗଲ୍ସରେ ମଧ୍ୟ ନିଜ ଯାଦୁ ଦେଖାଇଛନ୍ତି।

ବାଲୁକା କଳାରେ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନସ ସାହୁ

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୁରୀ ବେଳାଭୂମିରେ ସେ ଏହି ବାଲୁକା କଳା ତିଆରି କରିଛନ୍ତି।

ପୁରୀରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ଆହତ

ଭୁବନେଶ୍ଵର ପରେ ଏବେ ପୁରୀ ପୋଲିସ ଅପରାଧୀଙ୍କୁ ଦମନ କରିବାକୁ ଅଣ୍ଟାଭିଡ଼ିଛି। ଶନିବାର ବିଳମ୍ଵିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନାକୁ ଏନକାଉଣ୍ଟର କରିଛି ପୁରୀ ପୋଲିସ। ତା’ ଡାହଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ଠାରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରାଯାଇଛି।

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ – ୨୬୦ ରନରେ ଆଗୁଆ ଭାରତ

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୨୬୦ରନରେ ଆଗୁଆ ରହିଛି। ଦ୍ଵିତୀୟ ଦିନରେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳକୁ ୨୨୨ରନରେ ଅଲଆଉଟ ପରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଦଳ ୭୨ ଓଭରରେ ୩ ଓ୍ଵିକେଟ ହରାଇ ୧୮୫ ରନ କରିଛି। ଏହାସହ ବିରାଟ କୋହଲି (୫୧) ଓ ରାହାଣେ (୫୩) ରନ କରି ଅପରାଜିତ ରହିଛନ୍ତି।

ଜାଣନ୍ତୁ ଏହି ମହିଳା କ୍ରିକେଟରଙ୍କ ବିଷୟରେ, ଯିଏକି ଭାରତରେ ଜନ୍ମ ହୋଇ ଅନ୍ୟ ଦେଶରେ ଖେଳୁଛନ୍ତି କ୍ରିକେଟ

ପୁରଷ କ୍ରିକେଟ ପରି ଭାରତରେ ମହିଳା କ୍ରିକେଟ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିପାରିଛନ୍ତି। ଆଇସିସି ଦିନିକିଆ ଦଳରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। ଏହାସହ ଭାରତର ସ୍ମୃତି ମାନ୍ଧନା ବ୍ୟାଟିଂ ରାଙ୍କରେ ପ୍ରଥମ ସ୍ଥାନରେ ରହିଛନ୍ତି। ବୋଲିଂରେ ଝୁଲନ ଗୋସ୍ଵାମୀ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତରେ ମହିଳା କ୍ରିକେଟରମାନେ ବେଶ ସପଳତା ହାସଲ କରିପାରିଛନ୍ତି। ହେଲେ ଏମିତି କିଛି ମହିଳା କ୍ରିକେଟର ଅଛନ୍ତି ଯେଉଁମାନେ ଭାରତରେ ଜନ୍ମ ହୋଇ ଅନ୍ୟ ଦେଶ ପାଇଁ କ୍ରିକେଟ ଖେଳୁଛନ୍ତି।

ହାର୍ଟ ଫେଲ୍ୟୁଅର କାରଣ?

ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ ପମ୍ପିଙ୍ଗ୍ କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନର ମାତ୍ରା କମିଯାଏ। ଏହାଯୋଗୁଁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯଥେଷ୍ଟ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ।

ଭାରତରେ ଲଞ୍ଚ୍‌ ହେଲା Motorola One Action ସ୍ମାର୍ଟଫୋନ୍‌

ସ୍ମାର୍ଟଫୋନ୍‌ ଫୋନ ନିର୍ମାତା କମ୍ପାନି ମୋଟୋରୋଲା ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ୍‌ ‘ମୋଟୋରଓଲା ୱାନ ଆକ୍ସନ’। ନୂଆ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ କରାଯାଇଥିଲା। ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

Comment