ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରୁ ଏୟାରପୋର୍ଟ ଛକ ଯାଏଁ ହେବ ‘ନୋ ଓଭରଟେକିଂ’ ଜୋନ୍‌। ଏହାସହ ଏହି ରାସ୍ତାର ଟ୍ରାଫିକ୍‌କୁ ଜଗିବ ଡ୍ରୋନ୍‌ କ୍ୟାମେରା। ଏନେଇ ଟୁଇନ୍‌ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଏଥିସହ ଲେନ ଡ୍ରାଇଭିଂ ପାଇ ଚାଳକଙ୍କୁ କଡ଼ା ତାଗିଦ କରାଯିବ।

ଯେଉଁ ବ୍ୟକ୍ତି ଏହି ନିୟମ ଉଲ୍ଲଘଂନ କରିବ ତା’ ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହାସହ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା।

Comment