ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରାନ୍ସରେ ଜି ୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସାକ୍ଷାତକାରରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଭିତରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ ବୋଲି ଅନୁମାନ କରାଯାଉଛି। କଶ୍ମୀରରେ ହିଂସା କମ କରିବା ପାଇଁ ମୋଦୀଙ୍କର କ’ଣ ଯୋଜନା ରହିଛି ସେ ବିଷୟରେ ମୋଦୀଙ୍କଠୁ ଶୁଣିବେ ଟ୍ରମ୍ପ।

ଫ୍ରାନ୍ସରେ ଆରମ୍ଭ ହୋଇଥିବା ଜି ୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି, ଫ୍ରାନ୍ସ ରାଷ୍ଟ୍ରପତି, ଜର୍ମାନୀ, ବ୍ରିଟେନ, ଇଟାଲୀ, କାନାଡା, ଜାପାନର ରାଷ୍ଟ୍ରମୁଖ୍ୟ ଏକତ୍ରିତ ହୋଇଛନ୍ତି। ମୋଦୀ ଏଥିରେ ଆମନ୍ତ୍ରିତ ଅତିଥି ଭାବେ ସାମିଲ ହେବେ।

ପୂର୍ବରୁ ଟ୍ରମ୍ପ କହିଥିଲେ ସେ କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ସହିତ ଜି ସେଭେନ ବୈଠକରେ ଆଲୋଚନା କରିବେ।

Comment