ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓ ଅଧ୍ୟୁଷିତ ଅଞ୍ଚଳ ପାଇଁ ଦିଲ୍ଲୀରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି କରିଛନ୍ତି।

ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମାଓ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ମାଓ ଅଞ୍ଚଳର ସୁରକ୍ଷା ତଥା ବିକାଶ ପାଇଁ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ। ଏହି ବୈଠକରେ ମାଓ ପ୍ରଭାବିତ ଅଞ୍ଚଳ ପାଇଁ ନବୀନ ୩ଟି ଦାବି କରିଛନ୍ତି।

ପ୍ରଥମତଃ ନବରଙ୍ଗପୁର ଓ ମାଲକାନାଗିରିକୁ ରେଳସେବା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ନବୀନ। ଏଥିପାଇଁ ଜମି ବିନା ମୂଲ୍ୟରେ ଓ ପ୍ରକଳ୍ପର ଅଧା ଖର୍ଚ୍ଚ ରାଜ୍ୟ ଯୋଗାଇ ଦେବ ବୋଲି ସେ କହିଛନ୍ତି।

ଦ୍ୱିତୀୟତଃ ସମସ୍ତ ନକ୍ସଲ ଅଧ୍ୟୁଷିତ ବ୍ଲକରେ ବ୍ୟାକିଂ ସେବା ଯୋଗାଇ ଦେବା ଦାବି ହୋଇଛି। ଏଥିସହ ଟେଲିଫୋନ ଯୋଗାଯୋଗ  ପାଇଁ ମଧ୍ୟ ଦାବି ହୋଇଛି। କେନ୍ଦ୍ର ଏହିସବୁ ଦାବି ପୂରଣ କରିବ ବୋଲି ଆଶାବାଦୀ ଥିବା ନବୀନ କହିଛନ୍ତି।

ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଏହି ବୈଠକରେ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ, ବିଏସ୍‌ଏଫ୍‌, ଆଇଟିବିପିର ଡିଜି ଉପସ୍ଥିତ ଥିଲେ।

ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ।

Comment