ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତ ବିଧାନସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ନିରଞ୍ଜନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ ହୋଇନଥିଲା।

ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ସବୁ ଦଳ ଏବେ ଘର ସଜାଡ଼ିବାରେ ଲାଗିଛନ୍ତି। ବିଜେଡି ଓ ବିଜେପି ଏନେଇ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଏଥିରେ ପଛରେ ରହିଛି।

ନିରଞ୍ଜନଙ୍କ ଇସ୍ତଫା ପତ୍ରକୁ ଅବଶ୍ୟ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରି ନାହାଁନ୍ତି। ତେବେ ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, ‘‘ଯେକୌଣସି ସମୟରେ ନୂଆ ପିସିସି ସଭାପତି ଘୋଷଣା ହୋଇପାରେ। କଂଗ୍ରେସ ରାଜ୍ୟରେ ପୁଣି ସୁଦୃଢ଼ ହେବ ବୋଲି ଏଆଇଇସିସି ସମ୍ପାଦକ ରାଉତ ଆଶା ପୋଷଣ କରିଛନ୍ତି।’’

Comment