ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ଘଟଣାକୁ ୩ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏବେବି ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେ ବି ଲୋକେ ସ୍ୱଚ୍ଛନ୍ଦରେ ଘରୁ ବାହାରି ପାରୁନାହାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯୋଗାଯୋଗରେ ବି ଅନେକ ସମସ୍ୟା ରହିଛି।

ଜମ୍ମୁ କଶ୍ମୀରରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲେ ମଧ୍ୟ ଏବେବି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଲ୍ୟାଣ୍ଡ ଲାଇନ, ଇଣ୍ଟରନେଟ ସେବାକୁ ସ୍ୱାଭାବିକ ପାଇଁ ଏବେ କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ଅଧିକ ଲ୍ୟାଣ୍ଡଲାଇନ୍‌ ସଚଳ କରାଯିବ ବୋଲି ସରକାରୀ ଅଧିକାରୀମାନେ କହୁଛନ୍ତି। ଜମ୍ମୁ କଶ୍ମୀରରେ ଏବେ ଯାଏଁ ଇଣ୍ଟରନେଟ ସେବା ଅଚଳ ରହିଛି। ହେଲେ ସରକାର କହୁଛନ୍ତି ଜମ୍ମୁ କଶ୍ମୀରରେ ସ୍ଥିତି ଠିକ୍‌ ଅଛି।

ଏମିତିକି ଶନିବାର ବିରୋଧୀ ଦଳଙ୍କ ଏକ ପ୍ରତିନିଧି ମଣ୍ଡଳ ଜମ୍ମୁ କଶ୍ମୀର ସ୍ଥିତି ପରଖିବାକୁ ଯାଇଥିଲେ ମଧ୍ୟ ଜମ୍ମୁ କଶ୍ମୀର ପ୍ରଶାସନ ସେମାନଙ୍କୁ ଯିବାକୁ ଦେଇନଥିଲା। ଫଳରେ ସେମାନେ ଶ୍ରୀନଗର ବିମାନବନ୍ଦରରୁ ଫେରି ଆସିଥିଲେ।

ଏହି ପ୍ରସଙ୍ଗରେ କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ଯଦି କଶ୍ମୀର ସ୍ଥିତି ଠିକ ଅଛି ତେବେ ପ୍ରଶାସନ ଆମକୁ କାହିଁକି ଯିବାକୁ ଦେଉନାହଁନ୍ତି।

Comment