ଓଡ଼ିଶାଲାଇଭ୍ ବ୍ୟୁରୋ

jagannath

ମହାପ୍ରଭୁଙ୍କର ସମସ୍ତ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ଅନ୍ୟତମ। ମହାପ୍ରଭୁଙ୍କର ଏହି ବେଶ ଅତ୍ୟନ୍ତ ଦୁର୍ଲଭ। ଦୀର୍ଘ ବର୍ଷ ପରେ ଏହି ବେଶରେ ସଜ୍ଜିତ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ।

ମହାପ୍ରଭୁ ଜଗନ୍ନାଥଙ୍କର ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ପ୍ରସିଦ୍ଧ। ନଭେମ୍ବର ୨୭, ୨୦୨୦ରେ ପଡ଼ୁଛି ମହାପ୍ରଭୁଙ୍କର ନାଗାର୍ଜୁନ ବେଶ। ଦୀର୍ଘ ୨୬ ବର୍ଷ ପରେ ନାଗାର୍ଜୁନ ବେଶରେ ସଜେଇ ହେବେ ମହାପ୍ରଭୁ। ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ।

ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ ୬୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସମାଗମ ହେବ। ପୁଣିଥରେ ଚଳଚଞ୍ଚଳ ହେବ ଜଗନ୍ନାଥଧାମ ପୁରୀ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କଳାଠାକୁରଙ୍କ ନାଗାର୍ଜୁନ ବେଶ ଦେଖିବା ପାଇଁ ଠୁଳ ହେବେ।

ଏହାପୂର୍ବରୁ ୧୬ ନଭେମ୍ବର, ୧୯୯୪ରେ ପଡ଼ିଥିଲା ମହାପ୍ରଭୁଙ୍କର ଏହି ସୁପ୍ରସିଦ୍ଧ ନାଗାର୍ଜୁନ ବେଶ। ଏହି ସମୟରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହୋଇଥିଲେ।

କାର୍ତ୍ତିକ ମାସ ପଞ୍ଚୁକ ଛଅ ଦିନ ପଡ଼େ। ସେ ବର୍ଷ ମଳ ତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ହୁଏ। ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ‘ବୀର ବେଶ’ ବି କୁହାଯାଏ। ଏହା ଏକ ବିରଳ ଓ ଆକର୍ଷଣୀୟ ବେଶ। କାର୍ତ୍ତିକ ମାସରେ ୬ ଦିନ ପଞ୍ଚୁକ ପଡ଼ୁଥିବାରୁ ଅତିରିକ୍ତ ଦିନଟି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଏଥିରେ ମହାପ୍ରଭୁ ବୀର ବା ଯୋଦ୍ଧା ବେଶରେ ସଜ୍ଜିତ ହୋଇଥାଆନ୍ତି।

ଅତୀତରେ ନାଗା ସନ୍ୟାସୀମାନେ ମନ୍ଦିରର ସୁରକ୍ଷା ଦାୟିତ୍ଵରେ ଥିଲେ। ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ।

ମହାପ୍ରଭୁଙ୍କ ଏହି ନାଗାର୍ଜୁନ ବେଶ ଅର୍ଜୁନ ଓ ତାଙ୍କ ପୁଅ ନାଗାର୍ଜୁନଙ୍କ ମଧ୍ୟରେ ଯୁଦ୍ଧର ପ୍ରତୀକ ବୋଲି ମଧ୍ୟ କୁହଯାଇଛି।

ଏହାପୂର୍ବରୁ ୧୯୬୬, ୧୯୮୩, ୧୯୯୩ ଓ ୧୯୯୪ ମସିହାରେ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା।

Comment