ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ପାକିସ୍ତାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଫେରାଦ ହେଲା ଆଫଗାନିସ୍ତାନ

ପାକିସ୍ତାନକୁ ଝଟ୍‌କା ଦେଇଛି ପଡ଼ୋଶୀ ଆଫଗାନିସ୍ତାନ। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ବିରୋଧରେ ଫେରାଦ ହୋଇଛି ଆଫଗାନିସ୍ତାନ।ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର କିଛି ସହରରେ ପାକ୍‌ ସବୁବେଳେ ଗୁଳିଗୋଳା ମାଡ଼ କରୁଛି। ପାକିସ୍ତାନ ଆଫଗାନିସ୍ତାନରେ ସବୁବେଳେ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛି। ଏହି ଅଭିଯୋଗକୁ ବିଚାର କରି ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଫଗାନିସ୍ତାନ ଜାତିସଂଘ ସୁରକ୍ଷା ପରିଷଦକୁ ନିବେଦନ କରିଛି।

ମେଘନାଦ ପରେ ଏବେ ବଡ଼ଦାଣ୍ଡ – ଜେସିବି ମାଡ଼ରେ ମାଟିରେ ମିଶିଲା ଲଙ୍ଗୁଳି ମଠ

ମେଘନାଦ ପାଚେରୀ ଚାରିପଟୁ ଜବରଦଖଲମୁକ୍ତ କରିବା ପରେ ଏବେ ପ୍ରଶାସନ ନଜରରେ ରହିଛି ପୁରୀ ବଡ଼ ଦାଣ୍ଡ। ବଡ଼ଦାଣ୍ଡରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ପାଶ୍ୱର ଥିବା ଲଙ୍ଗୁଳି ମଠ ଜେସିବି ମାଡ଼ରେ ମାଟିରେ ମିଶିଛି। ମଠ ସଂଲଗ୍ନ ୨୬ଟି ଦୋକାନ ଘର ମଧ୍ୟ ମାଟିରେ ମିଶିଛି। ମାଜିଷ୍ଟ୍ରେଟ୍‌, ଏସ୍‌ପି ଓ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଏହି ଉଚ୍ଛେଦ କରିଥିଲା। ବୁଧବାର ଦିନ ଐତିହାସିକ ଏମାର ମଠ ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ହେବ ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ!

ପୁଣିଥରେ ଝଲସିବ ରାଜଧାନୀ ଭୁବନେଶ୍ୱର। ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରରେ ହେବ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ। ଏନେଇ ପ୍ରାଥମିକ ଭାବରେ କଳିଙ୍ଗ ଷ୍ଟାଡିୟମକୁ ମଞ୍ଜୁର ମିଳିଛି। ୨୦୨୦ରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପର କିଛି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ସବୁଜ ସଙ୍କେତ ମିଳିସାରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଲୋକାଲ ଅର୍ଗାନାଇଜିଙ୍ଗ୍ କମିଟିର ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୋମା ଖାନ୍ନା।

 

ପୁଣି ମୁଣ୍ଡ ନୁଆଁଇଲେ ପପୁ – କହିଲେ, ‘‘ରାନୁଙ୍କୁ ଉପହାସ ନୁହେଁ, ଦେଇଥିଲି ଉପହାର’’

ବାରମ୍ବାର ଭୁଲ୍‌ କରୁଛନ୍ତି ଆଉ ବାରମ୍ବାର କ୍ଷମା ମାଗୁଛନ୍ତି କମେଡି କିଙ୍ଗ୍‌ ପପୁ ପମ୍‌ ପମ୍‌। ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ ନିକଟରେ ଦୂତୀ ଚାନ୍ଦଙ୍କୁ କ୍ଷମା ମାଗିଥିବା ପପୁ ଆଜି ପୁଣି ରାନୁ ମଣ୍ଡଳଙ୍କ ଘଟଣାରେ ମୁଣ୍ଡ ନୁଆଁଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି ପପୁ।

ଆଇସିସି ଟେଷ୍ଟ ମାନ୍ୟତା – ଟପ୍‌ ୧୦ରେ ଯଶପ୍ରିତ୍‌ ବୁମ୍ରା

ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ କ୍ରିକେଟ ଟିମ୍‌ ପେସ୍‌ ବୋଲର ଯଶପ୍ରିତ୍‌ ବୁମ୍ରା ଟପ୍‌ ୧୦ରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଏହି ଆଇସିସି ରାଙ୍କିଙ୍ଗ୍‌ର ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି ବୁମ୍ରା। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ବୁମ୍ରା ଘାତକ ବୋଲିଂ କରି ମାତ୍ର ୭ ରନ୍‌ ଦେଇ ନିଜସ୍ୱ ୫ଟି ୱିକେଟ୍ ସଂଗ୍ରହ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଏଥିସହିତ ଆସିସି ରାଙ୍କିଙ୍ଗ୍‌ର ୧୬ତମ ସ୍ଥାନରେ ଥିବା ବୁମ୍ରା ସିଧା ସପ୍ତମରେ ପହଞ୍ଚିଛନ୍ତି।

ଆଜିଠୁ ଆରମ୍ଭ ହେଲା Realme 5 ସ୍ମାର୍ଟଫୋନର ବିକ୍ରି

ଭାରତରେ ଆଜିଠୁ ଆରମ୍ଭ ହେଲା ‘ରିୟଲମି ୫’ ସ୍ମାର୍ଟଫୋନର ବିକ୍ରି। ଆଜି ଦିନ ୧୨ଟାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ‘ରିୟଲମି ଅନ୍‌ଲାଇନ୍‌ ଷ୍ଟୋରରୁ କିଣି ପାରିବେ। ଗତ ସପ୍ତାହରେ ‘ରିୟଲମି ୫ ପ୍ରୋ’ ସହିତ ‘ରିୟଲମି ୫’ ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରାଯାଇଥିଲା। ‘ରିୟଲମି ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ ରହିଛି। ୩ଜିବି ରାମ୍‌+୩୨ଜିବି ରୋମ୍‌ ଭାରିଏଣ୍ଟର ଦାମ୍‌ ୯,୯୯୯ଟଙ୍କା, ୪ଜିବି+୬୪ଜିବି ଭାରିଏଣ୍ଟର ୧୦,୪୯୯ ଏବଂ ୪ଜିବି ରାମ୍‌+୧୨୮ଜିବି ଭାରିଏଣ୍ଟର ମୂଲ୍ୟ ୧୧,୯୯୯ଟଙ୍କା ରହିଛି।

କେଜ୍ରିୱାଲଙ୍କ ବଡ଼ ଘୋଷଣା – ଦିଲ୍ଲୀରେ ଛାଡ଼ ହେଲା ବଳକା ପାଣି ବିଲ୍

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଭିନ୍ନ ଭିନ୍ନ ଘୋଷଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ନିକଟରେ ଡିଟିସି ବସ୍‌ରେ ଯାତ୍ରା ମହିଳାଙ୍କ ପାଇଁ ମାଗଣା କରିଦେଇଥିବା ବେଳେ ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍। ପାଣି ବିଲ୍‌ ବିଳମ୍ବରେ ଭରୁଥିଲେ ତା’ଉପରେ ଲାଗୁଥିବା ଚାର୍ଜେସ୍‌କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ହଟାଇ ଦେଇଛନ୍ତି। ତେବେ ତାହା କେବଳ ଆସନ୍ତା ନଭେମ୍ବର ୩୦ ଯାଏଁ।

ଜଗା-କାଳିଆଙ୍କ ପାଇଁ ଏସ୍‌ସିବି ମେଡିକାଲ ପ୍ରସ୍ତୁତ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ପାଇଁ କଟକ ଏସ୍‌ସିବି ମେଡ଼ିକାଲ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଏହି ଦୁଇ ଶିଶୁ ଖୁବ୍ ଶୀଘ୍ର ଓଡ଼ିଶା ଫେରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଏଥିପାଇଁ କଟକର ଏସ୍‌ସିବି ମେଡିକାଲରେ ସ୍ୱତନ୍ତ୍ର କ୍ୟାବିନ୍ ଓ ଡ଼ାକ୍ତରୀ ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ଟୁଇନ୍ ସିଟିର ଅପରାଧ ନିୟନ୍ତ୍ରଣ ତାଙ୍କ ପାଇଁ ବଡ଼ ଚାଲେଞ୍ଜ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶାଲାଇଭ୍‌କୁ କହିଛନ୍ତି ସୁଧାଂଶୁ।

ନୋରାଙ୍କ ସହ ବରୁଣଙ୍କ ରୋମନ୍ସ – ସେୟାର କଲେ ଫଟୋ

ବଲିଉଡ ଏନର୍ଜି କିଙ୍ଗ୍‌ ବରୁଣ ଧଓ୍ୱନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଲଗାତର କିଛି ନା କିଛି ଫଟୋ ସେୟାର କରନ୍ତି। ନିକଟରେ ବରୁଣ ନୋରା ଫତେହୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ନଜର ଆସିଛି। ବରୁଣ ଏହି ଫଟୋର କ୍ୟାପସନ ମଧ୍ୟ ବେଶ୍‌ ହଟ୍‌କେ ଲେଖିଛନ୍ତି।

ବଦଳିବ ଫିରୋଜଶାହା କୋଟଲାର ନାମ – ହେବ ଅରୁଣ ଜେଟଲୀ ଷ୍ଟାଡିୟମ୍‌

ବଦଳିବ ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମର ନାମ। ଏହା ବଦଳରେ ଷ୍ଟାଡିୟମର ନାମ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯିବ। ଏନେଇ ମଙ୍ଗଳବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ନିଷ୍ପତ୍ତି ନେଇଛନ୍ତି। ଏହି ଷ୍ଟାଡିୟମର ନୂଆ ନାଁ ୧୨ ସେପ୍ଟେମ୍ଵରରେ ଏକ ସମାରୋହରେ ପରିବର୍ତ୍ତନ କରାଯିବ।

ପୁଣି ଆସିଲା ରାନୁଙ୍କ ନୂଆ ଗୀତ ‘ଡଫ୍‌ଲୀ ଓ୍ୱାଲେ’

ସୋସିଆଲ ମିଡ଼ିଆରେ ପୁଣି ଭାଇରାଲ ହୋଇଛି ରାନୁ ମଣ୍ଡଳଙ୍କ ନୂଆ ଭିଡ଼ିଓ। ପ୍ରଥମେ ରେଳ ଷ୍ଟେସନ ଓ ପରେ ପରେ ହିମେଶ ରେଶମିଆଁଙ୍କ ସହ ଗୀତ ଗାଇ ଚର୍ଚ୍ଚାରେ ଅଛନ୍ତି ରାନୁ ମଣ୍ଡଳ।

ପପୁଙ୍କ ପବ୍ଲିସିଟି ଷ୍ଟଣ୍ଟ୍‌ – ରାନୁ ମଣ୍ଡଳଙ୍କୁ ନକଲ କରି ପୁଣି ଚର୍ଚ୍ଚାରେ

ନିକଟରେ ଫିଲ୍ମର ‘ମିଷ୍ଟର କହ୍ନୈୟା’ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଥିବା ପପୁ ପମ୍‌ ପମ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ଏଥର କୌଣସି ବିବାଦୀୟ ବୟାନ ପାଇଁ ନୁହେଁ, ରାତାରାତି ସୋସିଆଲ ମିଡିଆ ସେନ୍‌ସେସନ୍ ପାଲିଟିଥିବା ରାନୁ ମଣ୍ଡଳଙ୍କ ନକଲ କରି ସେ ଚର୍ଚ୍ଚାକୁ ଆସିଛନ୍ତି।

କେଜ୍ରିୱାଲଙ୍କ ବଡ଼ ଘୋଷଣା – ଦିଲ୍ଲୀରେ ଛାଡ଼ ହେଲା ବଳକା ପାଣି ବିଲ୍

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଭିନ୍ନ ଭିନ୍ନ ଘୋଷଣା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ନିକଟରେ ଡିଟିସି ବସ୍‌ରେ ଯାତ୍ରା ମହିଳାଙ୍କ ପାଇଁ ମାଗଣା କରିଦେଇଥିବା ବେଳେ ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍।

ସିଦ୍ଧିବିନାୟକ ମନ୍ଦିରର ରହସ୍ୟମୟ କଥା – ଗଣପତିଙ୍କ ସାମ୍ନାରେ ଲେଖିଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭାରତରେ ଅନେକ ପର୍ବ ପାଳନ କରାଯାଏ। ମାତ୍ର ମୁମ୍ଵାଇ ଭାରତର ଏମିତି ଏକ ସହର ଯେଉଁଠି ସବୁ ପ୍ରକାର ପର୍ବ ପାଳନ କରାଯାଏ। ସବୁ ସମ୍ପ୍ରାଦାୟର ଲୋକ ଏଠାରେ ମିଳିମିଶି ପୂଜା ପର୍ବ ପାଳନ କରିଥାନ୍ତି। ମୁମ୍ଵାଇରେ ଗଣେଶ ପୂଜା ବହୁତ ଧୁମ୍‌ଧମ୍‌ରେ ପାଳନ ହୁଏ। ବହୁତ ବଡ଼ ବଡ଼ ଗଣେଶ ଏଠାରେ ପୂଜା କରାଯାଏ। ସେଥିପାଇଁ ଏଠାରେ ଥିବା ପ୍ରଭୁ ଗଣେଶଙ୍କର ସିଦ୍ଧିବିନାୟକ ମନ୍ଦିର ବେଶ ପ୍ରସିଦ୍ଧ। ମୁମ୍ଵାଇରେ ଯେତିକି ପର୍ଯ୍ୟଟନସ୍ଥଳୀ ରହିଛି ତାଙ୍କ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଅନ୍ୟତମ।

ପୁରୀରେ ଚାଲିଛି ୭୫ ମିଟର ଉଚ୍ଛେଦ – ସୁପ୍ରିମକୋର୍ଟରେ ମାମଲା ଖାରଜ

ପୁରୀରେ ଚାଲିଥିବା ୭୫ ମିଟର ଉଛେଦ କାର୍ଯ୍ୟକୁ ବିରୋଧ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଦୁଇଟି ମାମଲା ଆଜି ଖାରଜ ହୋଇଛି। ସୁପ୍ରିମକୋର୍ଟରେ ଆଡଭୋକେଟ୍‌ ଜେନେରାଲଙ୍କ ବଳିଷ୍ଠ ଯୁକ୍ତି ବଳରେ ଏହି ମାମଲା ଖାରଜ ହୋଇଛି।

ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନୋଟିସ୍ ଜାରି କଲା ଟ୍ୱିଟର

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ବିଳିବିଳଉଛି। ଏନେଇ ପାକିସ୍ତାନର ସାଧାରଣ ଜନତାଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଯାଏଁ ସମସ୍ତେ ଏହାକୁ ବିରୋଧ କରି ଟୁଇଟ୍‌ କରୁଛନ୍ତି।

ଭିଏସ୍‌ଏସ୍‌ୟୁଟିରେ କେମିତି ରାଗିଂ କରିଥିଲେ ସିନିଅର

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣା ଏବେ ବି ଥମିବାର ନା ଧରୁନି। ଓ୍ୱେଲ୍‌କମ୍‌ ଆଳରେ ସିନିଅର ଦେଖାଇଥିଲେ ଅସଲ ରୂପ। ଜୁନିଅରମାନଙ୍କୁ ଚଡ଼ି ପିନ୍ଧାଇ ନାଚିବାକୁ କହିଥିଲେ ସିନିଅର। ଯାହାର ଏକ ଭିଡିଓ ମଧ୍ୟ କରାଯାଇଥିଲା। ଘଟଣାଟିକୁ ଦେଖିଲେ ଲାଗିବ ବଲିଉଡ ଫିଲ୍ମ ୩ ଇଡିୟଟ୍ ଭଳି। ୩ ଇଡିୟଟ୍‌ରେ ଯେମିତି ହଷ୍ଟେଲ୍‌ରେ ସିନିଅର ଛାତ୍ରମାନେ ଜୁନିଅରମାନଙ୍କ ଡ୍ରେସ୍‌ ଖୋଲି ତାଙ୍କୁ ଚଡ଼ି ପିନ୍ଧି ରହିବାକୁ କହିଥିଲେ, ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଭିସୁଟ୍‌ର ରାଗିଂ ଭିଡିଓରେ।

ମୋଦି-ଟ୍ରମ୍ପ୍‌ଙ୍କ ୟାରୀ, ପାକିସ୍ତାନ ଉପରେ ଭାରୀ

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଚାରିଆଡ଼ୁ ଝଟ୍‌କା ପାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ଆମେରିକାର ସହାୟତା ଲୋଡ଼ିଥିଲା। ଏଥିରେ ଟ୍ରମ୍ପ ରାଜି ହୋଇ ଭାରତ ସହ ଆଲୋଚନା କରିବାକୁ ଇମ୍ରାନଙ୍କୁ କହିଥିଲେ। ହେଲେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ସବୁ ଗଣିତ ବଦଳି ଯାଇଥିଲା।

ଭାରତକୁ ଇମ୍ରାନଙ୍କ ପରମାଣୁ ଯୁଦ୍ଧ ଧମକ – କହିଲେ କଶ୍ମୀର ପ୍ରସଙ୍ଗରେ ଆମେ ସବୁ ସୀମା ପାର୍‌ କରିବୁ!

କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ମୁସ୍‌ଲିମ୍‌ ଦେଶର ଦ୍ୱାରସ୍ତ ହୋଇଥିବା ପାକିସ୍ତାନ ସବୁଆଡ଼ୁ ନିରାଶ ‌ହୋଇଛି। ସବୁଠୁ ନିରାଶ ହେବା ପରେ ପାକିସ୍ତାନ ଏବେ ଭାରତକୁ ସିଧାସଳଖ ପରମାଣୁ ଯୁଦ୍ଧ ଧମକ ଦେଇଛି। ‘‘କଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ‌ଯେକୌଣସି ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନାହିଁ। ଧାରା ୩୭୦କୁ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭୁଲ୍‌ କରିଛନ୍ତି‘‘,  ଇମ୍ରାନ ଖାନ ଧମକ ଦେଇ ଏଭଳି କହିଛନ୍ତି।

Comment