ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ଼ର ଚକଲେଟ୍ ବୟ ବାବୁସାନ ମହାନ୍ତି। ସବୁବେଳେ ତାଙ୍କର ଭିନ୍ନ ଅନ୍ଦାଜ ଓ ନିଆରା ଅଭିନୟ ପାଇଁ ବେଶ୍ ଦର୍ଶକଙ୍କ ଭିତରେ ବେଶ୍ ଜଣାଶୁଣା ବାବୁ। ସବୁବେଳେ ନିଜର ଭିନ୍ନ ଧରଣର ଅଭିନୟ ଓ କମେଡ଼ି ପାଇଁ ଦର୍ଶକଙ୍କ ଗହଣରେ ସେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି।  ବର୍ତ୍ତମାନ ତାଙ୍କର ନୂଆ ଅବତାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନିଜର ନୂଆ ବଡି ଓ ଫିଗର ପାଇଁ ସେ ଏବେ ବେଶ୍ ଚର୍ଚ୍ଚିତ।

ସମସ୍ତଙ୍କ ପାଖରେ ବାବୁସାନ ନାଁରେ ପରିଚିତ ଏହି ଅଭିନେତାଙ୍କ ପ୍ରକୃତ ନାଁ ହେଉଛି ତନ୍ମୟ ମହାନ୍ତି। ଅଭିନୟ ସହ ସେ ନିଜର ସୁନ୍ଦର ସ୍ୱର ଓ ଓଡିଆ ଗୀତ ପାଇଁ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

ଫିଲ୍ମ କ୍ୟାରିଅର

୨୦୦୯ରୁ ରୋମିଓ- ଦ ଲଭର ବୟ ରୁ ଅଭିନୟ ଆରମ୍ଭ କରିଥିବା ବାବୁସାନ ବର୍ତ୍ତମାନ ସୁଦ୍ଧା ୩୫ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି। ତାଙ୍କ ସୁନ୍ଦର ଚେହେରା ପାଇଁ ସେ ଓଡ଼ିଆ ସିନେଜଗତରେ ବହୁତ ଶୀଘ୍ର ପରିଚିତ ହୋଇଯାଇଥିଲେ।

‘ରୋମିଓ ଦ ଲଭର ବୟ’ ପରେ ପରେ ତାଙ୍କର ପ୍ରେମ ଅଢେ଼ଇ ଅକ୍ଷର, ସଞ୍ଜୁ ଆଉ ସଞ୍ଜନାର ପ୍ରେମ କାହାଣୀ ଭିତ୍ତିକ ଫିଲ୍ମକୁ ନେଇ ସେ ଓଡ଼ିଆ ସିନେ ପ୍ରେମୀଙ୍କ ପ୍ରିୟ ହୋଇପାରିଥିଲେ।  ଓଲିଉଡ଼ ଜଗତରେ ଏହି ଫିଲ୍ମ ପରେ ପରେ ସେ ସଞ୍ଜୁ ବାବା ନାମରେ ପରିଚିତ ହୋଇଗଲେ। ଏହି ସମୟରେ ତାଙ୍କର ଅଭିନୟ ଯାଦୁ ସମସ୍ତଙ୍କୁ ତାଙ୍କ ଫିଲ୍ମରେ ବାନ୍ଧି ରଖୁଥିଲା।

ଏହା ପରେ ପରେ  ଚକଲେଟ୍ ,ଲୁଚକାଳି, ଡାହା ବାଳୁଙ୍ଗା ଭଳି ସିରିଏସ୍ ଫିଲ୍ମରେ ମଧ୍ୟ ସେ ନିଜର ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଏହି ସମୟ ମଧ୍ୟରେ ବାବୁଙ୍କ ଭିନ୍ନ ଅନ୍ଦାଜ ତଥା ଫିଗର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପରେ ପରେ ‘ଇଡିୟଟ୍’ ,‘ଲଭ ମାଷ୍ଟର’ ,‘ଆଖିରେ ଆଖିରେ’ ,‘ଲେଖୁ ଲେଖୁ ଲେଖିଦେଲି’ ଭଳି ଫିଲ୍ମରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ।

ଶିଷ୍ଟର ଶ୍ରୀଦେବୀରେ ଫିଲ୍ମରେ ଦର୍ଶକ ତାଙ୍କର ଝିଅ ହୋଇ ଅଭିନୟ କରିବାର କଳା ଦେଖିଥିଲେ। ସେହିଭଳି ହିରୋ ନଂ ୧ ଫିଲ୍ମରେ ନକଲି ଓକିଲ ହୋଇ ସେ କୋର୍ଟରେ ଅଭିନୟ କରୁଥିବା ଦର୍ଶକ ଦେଖିଥିଲେ।

୧୦ ବର୍ଷ ଧରି ଭିନ୍ନ ଭିନ୍ନ ଫିଲ୍ମରେ ଏକ ନୂଆ ଅନ୍ଦାଜରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଛନ୍ତି ବାବୁସାନ। ଓଲିଉଡ଼୍ ଜଗତରେ ସେ ସଞ୍ଜୁ , ଲୋଫର ,ଡାହା ବାଳୁଙ୍ଗା ,ସୁପର ମିଛୁଆ ଆଦି ବହୁ ନାମରେ ପରିଚିତ।

ଗତବର୍ଷ ବାବୁସାନଙ୍କ ଅଭିନୀତ ସୁନ୍ଦରଗଡ଼ର ସଲମାନ ଖାନ, ଲୋକାଲ ଟୋକା ଲଭ୍ ଚୋଖା, ଶ୍ରୀମାନ ସୁରଦାସ ଆଦି ଫିଲ୍ମ ହିଟ୍ ସାବ୍ୟସ୍ତ ତାଙ୍କର ନିଆରା ଗେଟ୍ଅପ୍ ସମସ୍ତଙ୍କୁ ପସନ୍ଦ ଆସିଥିଲା।

Comment