ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ମଙ୍ଗଳବାର ଦିନ ଭାରତ ଫେରିଛନ୍ତି। ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପରେ ମୋଦି ପୂର୍ବତନ ଅର୍ଥମନ୍ତ୍ରୀ ଦିବଙ୍ଗତ ଅରୁଣ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ସକାଳ ୧୦ଟାରେ ଜେଟଲୀଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

ଦୀର୍ଘ ଦିନ ଅସୁସ୍ଥ ପରେ ୨୩ ଅଗଷ୍ଟରେ ଅରୁଣଙ୍କ ପରଲୋକ ହୋଇଥିଲା। ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ ଅରୁଣଙ୍କ ପତ୍ନୀ ସଙ୍ଗୀତା ଓ ପୁତ୍ର ରୋହନଙ୍କ ସହ ଫୋନରେ କଥା ହୋଇଥିବା ବେଳେ ପରିବାର ଲୋକେ ମୋଦିଙ୍କୁ ବିଦେଶ ଗସ୍ତ ରଦ୍ଦ ନ କରିବାକୁ କହିଥିଲେ। ବାହରିନରୁ ମୋଦି ନିଜ ବନ୍ଧୁ ଅରୁଣଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିଥିଲେ।

ଶନିବାର ଦିନ ୬୬ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଅରୁଣ ଜେଟଲୀଙ୍କ ବିୟୋଗ ହୋଇଥିଲା। ଅରୁଣଙ୍କ ଅସ୍ଥି ସୋମବାର ହରିଦ୍ଵାରର ଗଙ୍ଗାରେ ବିସର୍ଜନ କରାଯାଇଛି।

Comment