ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଏନର୍ଜି କିଙ୍ଗ୍‌ ବରୁଣ ଧଓ୍ୱନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଲଗାତର କିଛି ନା କିଛି ଫଟୋ ସେୟାର କରନ୍ତି। ନିକଟରେ ବରୁଣ ନୋରା ଫତେହୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ନଜର ଆସିଛି। ବରୁଣ ଏହି ଫଟୋର କ୍ୟାପସନ ମଧ୍ୟ ବେଶ୍‌ ହଟ୍‌କେ ଲେଖିଛନ୍ତି।

ଏହି ଫଟୋ ବରୁଣଙ୍କ ଆଗାମୀ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସର ୩ଡି ସୁଟିଂ ସେଟ୍‌ର। ଏଥିରେ ବରୁଣ ଓ ନୋରା ଫତେହୀଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁର ବି ନଜର ଆସିବେ। ଏହି ଫିଲ୍ମ ପାଇଁ ବରୁଣ କଡ଼ା ପରିଶ୍ରମ କରୁଛନ୍ତି। ରେମୋ ଡିସୁଜା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

ଯଦି କାମ କଥା କହିବା ତେବେ ନିକଟରେ ଭିକି କୌଶଲଙ୍କ ସହିତ ନୋରାଙ୍କ ଏକ ସଙ୍ଗ୍‌ ‘ପଛତାଓଗେ’ ଆସିଥିଲା। ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। ସେପଟେ ଆଗାମୀ ଦିନରେ ବରୁଣ କୁଲି ନମ୍ବର ୧ରେ ସାରା ଅଲ୍ଲୀ ଖାନଙ୍କ ସହ ଆସିବେ।

Comment