ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମୁହଁ ଖୋଲିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଥିବା ରାହୁଲ ପ୍ରଥମ ଥର ପାଇଁ କଶ୍ମୀର ପ୍ରସଙ୍ଗରେ ପରୋକ୍ଷରେ ସରକାରଙ୍କ ସପକ୍ଷରେ ବାହାରିଛନ୍ତି।

ରାହୁଲ ଟୁଇଟ କରି କହିଛନ୍ତି,‘‘ କଶ୍ମୀର ଆଭ୍ୟନ୍ତରୀଣ ମାମଲା। ଏଥିରେ ପାକସ୍ତାନ ବା ଅନ୍ୟ କୌଣସି ଦେଶର ଦଖଲ ଆବଶ୍ୟକତା ନାହିଁ। ପାକିସ୍ତାନ ମଧ୍ୟ ଏଥିରେ ମୁଣ୍ଡ ନଖେଳାଉ’’।

ସେ ଆହୁରି କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ହିଂସା ହେଉଛି କାରଣ ଏଠାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ରହୁଛନ୍ତି।

ରାହୁଲ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅଛନ୍ତି ମାତ୍ର କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ସେ କହିଛନ୍ତି।

ରାହୁଲ କଶ୍ମୀର ପ୍ରସଙ୍ଗରେ ସରକାର ବିରୋଧରେ ଥିଲେ। ସ୍ଥିତି ପରଖିବାକୁ ରାହୁଲ ଓ ବିରୋଧୀଙ୍କ ଏକ ପ୍ରତିନିଧିମଣ୍ଡଳ କଶ୍ମୀର ଯିବାକୁ ଚାହୁଁଥିଲେ। କଶ୍ମୀର ପ୍ରଶାସନ ସେମାନଙ୍କୁ ଯିବାକୁ ଦେଇନଥିଲେ।

Comment