ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ ସେନ୍‌ସେସନ ରାନୁ ମଣ୍ଡଳଙ୍କୁ ନେଇ ଏବେ ସାରାଦେଶରେ ଚର୍ଚ୍ଚା ହେଉଛି। ଦିନକୁ ଦିମୁଠା ଖାଇବାକୁ ପାଉନଥିବା ରାନୁ ମଣ୍ଡଳ ଏବେ ସେଲିବ୍ରିଟି ପାଲିଟିଛନ୍ତି। ଜିରୋରୁ ହିରୋ ବନିଥିବା ରାନୁଙ୍କୁ ପ୍ରସିଦ୍ଧି ମିଳିବା ପରେ ଏବେ ତାଙ୍କ ପରିବାର ଲୋକ ବି ତାଙ୍କ ପାଖକୁ ଆସିବାକୁ ଲାଗିଲେଣି। ଦୀର୍ଘ ୧୦ ବର୍ଷ ପରେ ରାନୁଙ୍କ ପାଖକୁ ତାଙ୍କ ଝିଅ ମଧ୍ୟ ଫେରିଛନ୍ତି। ରାନୁଙ୍କ ଝିଅଙ୍କ ନାଁ ସାତୀ ରୟ।

ମା’ଙ୍କୁ ପ୍ରସିଦ୍ଧି ଓ ବଲିଉଡରେ ଏଣ୍ଟ୍ରି ମିଳିଥିବାରୁ ଝିଅ ଏବେ ମା’ଙ୍କ ପାଖକୁ ଫେରିଛି ବୋଲି ଚର୍ଚ୍ଚା ହେଉଛି। ଏ କଥା କିନ୍ତୁ ତାଙ୍କ ଝିଅ ଖଣ୍ଡନ କରିଛନ୍ତି। ‘‘ବାପାଙ୍କ ମୃତ୍ୟୁ ପରେ ମା’ ୭/୮ ବର୍ଷ ମୋ ସହିତ ରହିଥିଲା। ମା’ ହିଁ ମତେ ଛାଡ଼ି ଆସିଥିଲା’’, କହିଛନ୍ତି ରାନୁଙ୍କ ଝିଅ।

ନିକଟରେ ରାନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ରାନୁ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଇଥିଲେ। ଯାହାପରେ ଖ୍ୟାତନାମା ସିଙ୍ଗର ହିମେଶ ରେଶମିଆଁ ତାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଇଛନ୍ତି।

Comment