ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଓ ଜମ୍ମୁକଶ୍ମୀର ପ୍ରଶାସନକୁ ନୋଟିସ୍ କଲେ ସୁପ୍ରିମକୋର୍ଟ। ସମ୍ବିଧାନରୁ ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଥିଲା। ଏଥିସହ ବିଚାରପତିଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ମାମଲା ଉପରେ ନିଜର ଶୁଣାଣି କରିବେ। ଏହାସହ ଆଜି ଏହି ମାମଲା ସହ ଜଡ଼ିତ ଥିବା କିଛି ପିଟିସନ୍‌ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ।

ସୀତାରାମ ୟେଚୁରୀଙ୍କୁ କଶ୍ମୀର ଯିବାକୁ ଅନୁମତି

ଏଥିସହ ସୁପ୍ରିମକୋର୍ଟ ସିପିଏମ ନେତା ସୀତରାମ ୟେଚୁରୀଙ୍କୁ ତାଙ୍କ ଦଳର ସହଯୋଗୀ ମହମ୍ମଦ ୟୁସୁଫ ତାରିଗାମ୍‌ଙ୍କୁ ଦେଖାକରିବା ପାଇଁ ଜମ୍ମୁକଶ୍ମୀର ଯିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଯାତ୍ରାରେ ସେ କେବଳ ତାରିଗାମ୍‌ଙ୍କୁ ଦେଖାକରିବାକୁ ଅନୁମତି ମିଳିଛି। ଏଥିସହ ତାଙ୍କ ଯାତ୍ରାକୁ କୌଣସି ରାଜନୈତିକ ଉଦ୍ଦେଶ୍ୟରେ ଉପଯୋଗ ନକରିବା ପାଇଁ କୁହାଯାଇଛି।

ଜମ୍ମୁକଶ୍ମୀର ପ୍ରଶାସନକୁ ନୋଟିସ

ଏଥିସହ ସାମ୍ବାଦିକମାନଙ୍କ ଉପରେ ଲାଗିଥିବା କଟକଣା ହଟାଇବା ପାଇଁ ହୋଇଥିବା ମାମଲା ଉପରେ ସୁପ୍ରିମକୋର୍ଟ ଜମ୍ମୁକଶ୍ମୀର ପ୍ରଶାସନକୁ ଜବାବ ମାଗିଛି। ଖଣ୍ଡପୀଠ ଏନେଇ କେନ୍ଦ୍ର ଓ ଜମ୍ମୁକଶ୍ମୀର ପ୍ରଶାସନକୁ ସାତ ଦିନ ଭିତରେ ଉତ୍ତର ରଖିବାକୁ କୁହିଛି।

କଶ୍ମୀର ଯିବାକୁ ଛାତ୍ରଙ୍କୁ ମିଳିଲା ଅନୁମତି

ସୁପ୍ରିମକୋର୍ଟ ବୁଧବାର ଜଣେ ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରକୁ କଶ୍ମୀର ଯିବାକୁ ଅନୁମିତ ପ୍ରଦାନ କରିଛନ୍ତି।  କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିଜ ପରିବାର ପାଖକୁ ଯିବାକୁ ତାଙ୍କୁ ଅନୁମତି ମିଳିଛି। ଏଥିସହ ପୋଲିସ ପ୍ରଶାସନକୁ ମଧ୍ୟ ସୁରକ୍ଷା ଦେବାକୁ ନୋଟିସ କରିଛି ଉଚ୍ଚତମ ନ୍ୟାୟାଳୟ

ଏଥିସହ ସୁପ୍ରିମକୋର୍ଟ କେନ୍ଦ୍ରର ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଆବେଦନ ପତ୍ରରେ ଜମ୍ମୁକାଶ୍ମୀର ପାଇଁ ବାର୍ତ୍ତାକାର ନିଯୁକ୍ତି କରିବାକୁ କୁହାଯାଇଥିଲା।

Comment