ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଏୟାରଲାଇନ୍ସରୁ ସମ୍ପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର କରିଦେଇଛନ୍ତି। ଏଥିସହ ଏହାକୁ ଘରୋଇକରଣ କରାଇବାକୁ ସରକାର ଇଚ୍ଛୁକ ଅଛନ୍ତି। ଏନେଇ ଗୁରୁବାର କେନ୍ଦ୍ର ବେସାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି।

ହରଦୀପ ପୁରୀ କହିଛନ୍ତି,”ଏୟାର ଇଣ୍ଡିଆରୁ ସମ୍ପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର କରାଯାଇ ଏହାକୁ ଘରୋଇକରଣ କରାଯିବ। ଦେଶର ବହୁ ବଡ଼ ବଡ଼ କମ୍ପାନି ବର୍ତ୍ତମାନ ଏୟାର ଇଣ୍ଡିଆକୁ କିଣିବା ପାଇଁ ଇଚ୍ଛୁକ ଅଛନ୍ତି।ଯିଏ ବି ଏୟାର ଇଣ୍ଡିଆକୁ ନେବ ସେ ନିଶ୍ଚିତ ଲାଭବାନ ହେବ। ଏନେଇ ସରକାର ମନସ୍ଥ କରିସାରିଥିବା ବେଳେ କେବଳ ଭଲ ପ୍ରସ୍ତାବକୁ ଅପେକ୍ଷା କରାଯାଇଛି।”

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ଋଣବୋଝରେ ବୁଡ଼ି ରହିଥିଲା ଏୟାର ଇଣ୍ଡିଆ। ନିକଟରେ ଏୟାର ଇଣ୍ଡିଆ ସରକାରୀ ତୈଳ କମ୍ପାନିର ବିଲ୍‌ ପୈଠ କରିନପାରିବାରୁ ଏଚ୍‌ପିସିଏଲ୍‌, ବିପିସିଏଲ୍‌ ଏବଂ ଆଇଓସିଏଲ୍‌ ପକ୍ଷରୁ ବିମାନ ଫ୍ୟୁଏଲ ରୋକାଯାଇଥିଲା।

Comment