ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍କ ‘ମିଶନ ମଙ୍ଗଲ୍’ ରିଲିଜ୍ ହେବା ଦୁଇ ସପ୍ତାହ ହେଲାଣି। ୧୪ ଦିନ ଭିତରେ ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର ଡୁପର୍ ହିଟ୍ ହୋଇଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ସରକାର ଏହି ଫିଲ୍ମଟିକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଅଧିକରୁ ଅଧିକ ଲୋକ ଏହି ସିନେମାକୁ ଦେଖିବା ପାଇଁ ମିଶନ ମଙ୍ଗଲ୍ ଫିଲ୍ମଟିକୁ ଟ୍ୟାକ୍ସ ଫ୍ରି କରାଯାଇଛି।

ଇସ୍ରୋର ମଙ୍ଗଳ ଯାନ ଯାତ୍ରା ସମ୍ପର୍କରେ ସଂପୂର୍ଣ୍ଣ ଫିଲ୍ମଟି ଆଧାରିତ। ଫିଲ୍ମରେ ଅକ୍ଷୟ କୁମାର ସାଇଣ୍ଟିଷ୍ଟ୍ ତଥା ମିଶନ ଡାଇରେକ୍ଟର୍ ରାକେଶ ଧଓ୍ଵନ୍‌ ଭୁମିକାରେ ଅଭିନୟ କରିଥିବା ବେଳେ ବିଦ୍ୟା ବାଲାନ୍ (ସାଇଣ୍ଟିଷ୍ଟ୍ ତଥା ପ୍ରୋଜେକ୍ଟ ଡାଇରେକ୍ଟର୍ ତାରା ସିଦ୍ଧେ), ନିତ୍ୟା ମେନନ୍ (ବର୍ଷା ପିଲ୍ଲେଇ), ତାପସୀ ପାନୁ (କୃତିକା ଅଗ୍ରଓ୍ଵାଲ୍), ସୋନାକ୍ଷୀ ସିହ୍ନା (ଏକା ଗାନ୍ଧି), ସରମନ ଯୋଶୀ(ପରମେଶ୍ୱର ନାଇଡ଼ୁ), ଅନନ୍ତ ଅୟର୍, କିର୍ତ୍ତି କୁହ୍ଲାରି, ସଂଜୟ କପୁର ଏବଂ ଜିସାନ୍ ଆୟୁବ ପ୍ରମୁଖ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟକ କରିଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଗନ ଶକ୍ତି।

Comment