ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ‘ଆପଲ’ କମ୍ପାନି ଭାରତରେ ନିଜ ପ୍ରଡକ୍ଟ୍‌ସକୁ ଆମାଜନ, ଫ୍ଲିପକାର୍ଟ ଭଳି ଇ-କମର୍ସ ୱେବସାଇଟ୍‌ ମାଧ୍ୟମରେ ବିକ୍ରି କରୁଛି। ତେବେ ଖୁବ୍‌ଶୀଘ୍ର ଏହା ବଦଳିବାକୁ ଯାଉଛି। ‘ଆପଲ’ ଏବେ ଭାରତରେ ତା’ର ଅନ୍‌ଲାଇନ୍‌ ଷ୍ଟୋର ଖୋଲିବାକୁ ଯାଉଛି। ଏନେଇ ବ୍ଲୁମବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ନିକଟ ଭବିଷ୍ୟତରେ ‘ଆପଲ’ କମ୍ପାନି ଭାରତରେ ଏକ ଅନ୍‌ଲାଇନ୍‌ ଷ୍ଟୋର ଖୋଲିବାକୁ ଯାଉଛି। ଏହା ଦ୍ୱାରା ବର୍ତ୍ତମାନ ଗ୍ରାହକ ସିଧାସଳଖ ଷ୍ଟୋରରୁ ଆପଲ କମ୍ପାନର ପ୍ରଡକ୍ଟ୍‌ସ କିଣି ପାରିବେ।

ଆଇ ଫୋନ୍‌, ଆଇ ପ୍ୟାଡ ଏବଂ ମ୍ୟାକ୍‌ବୁକ୍‌ ଭଳି ‘ଆପଲ’ ପ୍ରଡକ୍ଟ୍‌ସ ଏହି ଷ୍ଟୋରରେ ମିଳିବ। ୨୦୨୦ ସୁଦ୍ଧା ଭାରତରେ ଏହି ଷ୍ଟୋର ଖୋଲିବ ବୋଲି ଶୁଣିବାକୁ ମିଳିବ।

Comment