ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ ଜମ୍ମୁ କଶ୍ମୀର ଗସ୍ତ କରିବେ। ଏହି ଗସ୍ତରେ ରାଓ୍ୱତ ଜମ୍ମୁ କଶ୍ମୀର ସ୍ଥିତି ସମୀକ୍ଷା କରିବେ। ସୁରକ୍ଷା ସଂପର୍କରେ ସେନାର ଅଧିକାରୀମାନଙ୍କର ସହ ଆଲୋଚନା କରିବେ।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପରେ ସେନା ମୁଖ୍ୟ ପ୍ରଥମ ମୁଖ୍ୟ ସୁରକ୍ଷା ଅଧିକାରୀ ଯିଏକି ଜମ୍ମୁ କଶ୍ମୀର ପହଞ୍ଚି ସୁରକ୍ଷା ସମୀକ୍ଷା କରିବେ।

ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ଜମ୍ମୁ କଶ୍ମୀରର ଅନେକ ଅଞ୍ଚଳରେ ଫୋନ ଓ ଇଣ୍ଟନରନେଟ ସେବା ବନ୍ଦ ଥିଲା, ଏବେ ଏହା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି।

Comment