ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଏମ୍‌ଟିଭିରେ ପ୍ରସାରିତ ହିନ୍ଦୀ ରିଆଲିଟି ସୋ’ରେ ଏଣ୍ଟ୍ରି କରିଛନ୍ତି।

ଓଡ଼ିଆ ଫିଲ୍ମ ଓ ସିରିଏଲ ଦୁନିଆରେ ନୂଆ କରି ଏଣ୍ଟ୍ରି କରିଥିବା କଳାକାର ଏବେ କେବଳ ଓଡ଼ିଶାରେ ସୀମିତ ନାହାନ୍ତି। ନ୍ୟାସନାଲ ଟେଲିଭିଜନରେ ବି ନିଜର ସ୍ଥାନ ବନେଇଲେଣି। ଏବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ହିନ୍ଦୀ ରିଆଲିଟି ସୋ’ରେ ନଜର ଆସିଛନ୍ତି।

ନିଜ ବୁଦ୍ଧିମତା ଓ ପ୍ରତିଭା ବଳରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚଢ଼ି ଯାଉଛନ୍ତି ପ୍ରକୃତି।

ହିନ୍ଦୀ ଧାରାବାହିକ ‘ବେଟି ବିଜିନେସ୍ ଓ୍ଵାଲି’ରୁ ପ୍ରକୃତି ହିନ୍ଦୀ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ବେଟି ବିଜିନେସ୍‌ ଓ୍ୱାଲିରେ ଇଣ୍ଡଷ୍ଟ୍ରିରେ ପ୍ରଥମକରି ଏଣ୍ଟ୍ରି କରିଥିଲେ ପ୍ରକୃତି।

ଏମ୍ ଟିଭିରେ ପ୍ରସାରିତ ଏକ ରିଆଲିଟି ସୋ’ ‘ଏସ୍ ଅଫ୍‌ ସ୍ପେସ୍’ର ଦ୍ୱିତୀୟ ସଂସ୍କରଣରେ ପ୍ରତିଯୋଗୀ ଭାବେ ଭାଗ ନେଉଛନ୍ତି। ଏହା ‘ବିଗ୍ ବସ୍’ ସଦୃଶ ଏକ ଜାତୀୟସ୍ତରୀୟ ରିଆଲିଟି ସୋ’। ‘ଏସ୍ ଅଫ ସ୍ପେସ୍’ର ପ୍ରଯୋଜକ ହେଉଛନ୍ତି ବିକାଶ ଗୁପ୍ତା। ପ୍ରକୃତିଙ୍କ ସହିତ ଏହି ସୋ’ରେ ସମୁଦାୟ ୧୮ ଜଣ ପ୍ରତିଯୋଗୀ ଭାଗ ନେବେ।

ଓଡ଼ିଆ ଜଗତର ଜଣାଶୁଣା ସଙ୍ଗୀତକାର ତଥା ଗୀତକାର ମନ୍ମଥ ମିଶ୍ରଙ୍କ କନ୍ୟା ହେଲେ ପ୍ରକୃତି ମିଶ୍ର। ପିଲା ଦିନରୁ ହିଁ ନୃତ୍ୟ, ଗୀତ ଓ ଅଭିନୟରେ ପାରଙ୍ଗମ ଥିବା ପ୍ରକୃତି ୫ ବର୍ଷ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ।

ପ୍ରକୃତି ଓଡ଼ିଆ ଫିଲ୍ମ ‘ସାବତ ମା’ରୁ ହିଁ ନିଜ ଓଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ‘ଶାଶୂଘର ଚାଲିଯିବି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ। ଶିଶୁ କଳାକାର ଭାବେ ତାଙ୍କୁ ୨୦୦୮ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ନାୟିକା ଭାବେ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଥୁକୁଲ’।

ଓଡ଼ିଆ ଚଳଚ୍ଚିତ୍ର  ‘ହ୍ୟାଲୋ ଆର୍‌ସି’ ପାଇଁ  ୨୦୧୮ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ପ୍ରକୃତି। ଛୋଟ ପରଦାରେ ପ୍ରସାରିତ ଧାରାବାହିକ, ଏକାଧିକ ଆଲବମ୍, ରିଆଲିଟି ସୋ’ ଏବଂ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ପ୍ରକୃତି। ଆଗକୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ଅଧିକରୁ ଅଧିକ ସକ୍ରିୟ କରିବା ପାଇଁ ଏହି ରିଆଲିଟି ସୋ’ ଏସ୍‌ ଅଫ୍ ସ୍ପେସ୍‌ ଖୁବ୍ ସହାୟକ ହେବ ବୋଲି ଆଶା କରୁଛନ୍ତି ପ୍ରକୃତି।

Comment