ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ କିଛି ଫିଲ୍ମରେ ଦମଦାର୍‌ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନକୁ ସୁଦୃଢ଼ କରିଛନ୍ତି। ବିଭିନ୍ନ ପ୍ରକାର ଫିଲ୍ମରେ ଭିନ୍ନ ଭିନ୍ନ ଅଭିନୟ କରି ସେ ଦର୍ଶକଙ୍କ ଭଲ ପାଇବା ପାଇଛନ୍ତି।

ନିକଟରେ ଫିଲ୍ମ ‘ମିଶନ ମଙ୍ଗଳ’ରେ ଜଣେ ବୈଜ୍ଞାନିକ ଚରିତ୍ରରେ ସେ ନଜର ଆସିଥିଲେ। ସେଥିରେ ତାପସୀଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ମିଶନ ମଙ୍ଗଳର ସଫଳତା ପରେ ତାପସୀ ଏବେ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଯାହାର ଟାଇଟଲ ରହିଛି ‘ରଶ୍ମି ରକେଟ’। ଆକର୍ଷ ଖୁରାନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର କାହାଣୀ ଜଣେ କ୍ରୀଡ଼ାବିତଙ୍କ ଜୀବନୀକୁ ନେଇ ହୋଇଛି। ଏଥିରେ ତାପସୀ ଉତ୍ତରପ୍ରଦେଶର କଚ୍ଛ ଗାଁର ଜଣେ ଗାଉଁଲି ଝିଅ ଭୂମିକାରେ ଆସିବେ।

Comment