ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ବାରମ୍ଵାର ବିଫଳ ହେବା ପରେ ଏବେ ବିଚଳିତ ପାକିସ୍ତାନ। କିଛିଦିନ ପରେ ଭାରତ ସହ ଯୁଦ୍ଧ କରି ପରମାଣୁ ଆକ୍ରମଣ କରିବାକୁ ଧମକ ଦେଉଥିବା ପାକିସ୍ତାନ ଏବେ ଭାରତ ସହ ଦ୍ଵିପାକ୍ଷିକ ଆଲୋଚନା ପାଇଁ ମନବଳାଉଛି। ଚାରିଆଡୁ ବିଫଳ ହେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେସି ଭାରତ ସହ ଆଲୋଚନା ପାଇଁ କହିଛନ୍ତି।

ଦ୍ଵିପାକ୍ଷିକ ଆଲୋଚନା ପାଇଁ ଶାହ ମେହେମ୍ମୁଦ କ୍ୟୁରେସି କହିଛନ୍ତି, “ଆମେ ଭାରତ ସହ ଆଲୋଚନା କରିବାକୁ କେବେ ମନା କରିନୁ। ଯଦି ଏହି ଦ୍ଵିପାକ୍ଷିକ ଆଲୋଚନା ତୃତୀୟ ଦେଶ ସାମିଲ ହୁଏ ତେବେ ଆମେ ଆହୁରି ଖୁସି ହେବୁ। ଏବେ ଏହି ଆଲୋଚନାରେ ତିନୋଟି ପକ୍ଷ ରହିଛି ଭାରତ-ପାକିସ୍ତାନ ଓ କଶ୍ମୀର।”

କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ ବିଶ୍ଵର ଶକ୍ତିଶାଳୀ ଦେଶ ଓ ଇସଲାମିକ ଦେଶର ସଂଗଠନ ଓଆଇସିକୁ ଅନୁରୋଧ କରିଥିଲା। ହେଲେ ସେଠାରୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଏହାସହ ଜାତିସଂଘରେ କଶ୍ମୀରର ମିଛ କାହାଣୀ କହି ସମ୍ମାନ ହରାଇଥିଲା ପାକିସ୍ତାନ। ଏହାପରେ ଆମେରିକା, ଋଷ, ଫ୍ରାନ୍ସ, ୟୁଏଇ ଭଳି ଦେଶ ଭାରତକୁ ସମର୍ଥନ କରିଥିଲେ।

ଚାରିଆଡୁ ବିଫଳ ହେବା ପରେ ଗତ କିଛିଦିନ ତଳେ ପାକିସ୍ତାନ କେତେବେଳେ ମିଶାଇଲ ପରୀକ୍ଷାକରି ଯୁଦ୍ଧ ଧମକ ଦେଉଛି ତ କେତେବେଳେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଉଛି। ହେଲେ ଏବେ ଏଥିରେ ବି ନିରାଶ ହୋଇ ଶେଷରେ ଦ୍ଵିପାକ୍ଷିକ ଆଲୋଚନା ପାଇଁ ମନବଳାଉଛି।

Comment