ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକପ୍ରିୟ ସିରିଏଲ ସ୍ୱାରାଗିନୀ ଫେମ୍ ତେଜସ୍ୱୀ ପ୍ରକାଶ ରିଆଲିଟି ସୋ ‘ଖତରେୋଁ କେ ଖିଲାଡ଼ି’ ୧୦ତମ ସିଜିନରେ ଭାଗ ନେବେ। ମିଡିଆ ରିପୋର୍ଟ ଅନୁସାରେ ତେଜସ୍ୱୀ ଏହି ସୋ ପାଇଁ କଡ଼ା ପରିଶ୍ରମ କରୁଛନ୍ତି। ସୋ ପାଇଁ ଓଜନ କମ୍ କରିବାକୁ ସେ ଲାଗି ପଡ଼ିଛନ୍ତି। ସେ ଏବେ ନିୟମିତ ଜିମ୍ ଯାଉଥିବା ଜଣାପଡ଼ିଛି।
ରୋହିତ ସେଟ୍ଟୀ ହୋଷ୍ଟ କରୁଥିବା ଏହି ସୋ’ର ସୁଟିଂ ଆଗାମୀ ମାସରୁ ଆରମ୍ଭ ହେବ। ଏହି ସୋ’ରେ ତେଜସ୍ୱୀଙ୍କ ବ୍ୟତୀତ କରଣ ପଟେଲ, କରିସ୍ମା ତନା ଭାଗ ନେବେ।
ନିକଟରେ ସିରିଏଲ ‘ସିଲସିଲା ବଦଲ୍ତେ ରିସ୍ତୋଁକା’ରେ ତେଜସ୍ୱୀଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ଏହି ସିରିଏଲ ଢ଼େର ଲୋକପ୍ରିୟତା ହାସଲ କରିଥିଲା। ତା’ ପୂର୍ବରୁ କଲର୍ସରେ ପ୍ରସାରିତ ସିରିଏଲରେ ‘ସ୍ୱାରାଗିନୀ’ରେ ତେଜସ୍ୱୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହିଥିରୁ ହିଁ ତାଙ୍କୁ ପରିଚୟ ମିଳିଥିଲା

















