ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ବ୍ରିଟେନରେ ମାଷ୍ଟର ଡିଗ୍ରୀ କରିବାକୁ ଚେଭିନିଂ ସ୍କଲାରସିପ୍‌ ଓ ଫେଲୋସିପ ପାଇଁ ଆବେଦନ କରିପାରିବେ। ଏନେଇ ଚେଭେନିଂ ପକ୍ଷରୁ ଏହି ସୁଯୋଗ ପାଇପାରୁଛନ୍ତି ଛାତ୍ରାଛାତ୍ରୀ। ଇଂଲଣ୍ଡର ୧୫୦ରୁ ଅଧିକ ବିଶ୍ୱବିଦ୍ୟାଳୟର ୧୨ଶହରୁ ଅଧିକ ପାଠ୍ୟକ୍ରମରେ ସ୍କଲାରସିପ ସହ ଫେଲୋସିପ୍ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି।

୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ବ୍ରିଟେନରେ ଏମଏ ଡିଗ୍ରୀ କରିବା ପାଇଁ ଚାହୁଁଛନ୍ତି ସେମାନେ ଏହି ଚେଭେନିଂ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଆବେଦନ କରିବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଦୁଇ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ। ସେହିଭଳି ଚେଭେନିଂ ଫେଲୋସିପ୍ ପାଇଁ ଇଚ୍ଛୁକ ପ୍ରର୍ଥୀଙ୍କ କାର୍ଯ୍ୟ ଅଭିଜ୍ଞତା ୭ରୁ ୧୦ବର୍ଷ ହୋଇଥିବା ଆବଶ୍ୟକ।

ଏହି ଆବେଦନ ପକ୍ରିୟା ଅକ୍ଟୋବର ୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଭାରତରେ ଅବସ୍ଥିତ ବ୍ରିଟିଶ୍ ଉଚ୍ଚାୟୁକ୍ତ ସାର୍ ଡୋମନିକ୍ ଆସକିଥ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଭାରତର ପ୍ରତିଭାବାନ ପ୍ରାର୍ଥୀଙ୍କୁ ସ୍କଲରାସିପ୍ ଓ ଫେଲୋସିପ୍ ପ୍ରଦାନ କରୁଛି ଚେଭେନିଂ ଯାହା ସେମାନଙ୍କର କ୍ୟାରିଅର ଉନ୍ନତିରେ ସହାୟକ ହୋଇପାରିବ।

Comment