ଓଡ଼ିଶାଲାଇଭ୍ ବ୍ୟୁରୋ

ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ। କାରଣ ସେ ହେଲେ ବିଘ୍ନବିନାଶକ। ସବୁ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ରହିଛି। ଭାରତବର୍ଷରେ ଏମିତି କିଛି ଗଣେଶଙ୍କ ମନ୍ଦିର ରହିଛି, ଯାହା ସାରା ବିଶ୍ଵରେ ଖ୍ୟାତି ଅର୍ଜନ କରିଛି। ସେଥିମଧ୍ୟରୁ ୫ଟି ବିଶ୍ଵ ବିଖ୍ୟାତ ମନ୍ଦିର ବିଷୟରେ ଆସନ୍ତୁ ଜାଣିବା…

ସିଦ୍ଧିବିନାୟକ : 

ମହାରାଷ୍ଟ୍ରର ମୁମ୍ବାଇରେ ରହିଛି ବିଶ୍ଵପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର। ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିର ଏହି ସହରର ଆଉ ଏକ ପରିଚୟ। ୧୮୦୧ ମସିହାରେ ଲକ୍ଷ୍ମଣ ଓ୍ଵିଠୁ ଓ ଦିଉବାଇ ପାଟିଲ ଏହି ଐତିହାସିକ ମନ୍ଦିରର ନିର୍ମାଣ କରିଥିଲେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତିଦିନ ଏଠାକୁ ଆସନ୍ତି ଶ୍ରୀଗଜାନନଙ୍କ ଦର୍ଶନ ପାଇଁ। ସିଦ୍ଧିବିନାୟକଙ୍କ ଦର୍ଶକ ପାଇଁ ବଡ଼ ବଡ଼ ବଲିଉଡ ଷ୍ଟାରଙ୍କଠୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତେ ଲାଗନ୍ତି ଲାଇନରେ। ୨୦୧୬ ମସିହାରେ ଆପେଲର ସିଇଓ ଭାରତ ଆସିଥିଲେ।।

ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ଓ୍ଵାଇ :

ମହାରାଷ୍ଟ୍ରର ଅନ୍ୟ ଏକ ସହର ପୁଣେ। ଏଠାରେ ଥିବା ‘ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ଓ୍ଵାଇ’ ଗଣେଶ ମନ୍ଦିର ଭାରତର ଦ୍ୱିତୀୟ ପ୍ରସିଦ୍ଧ ମନ୍ଦିର ଭାବେ ପରିଚିତ। ‘ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ଓ୍ଵାଇ’ ମନ୍ଦିର ଏହାର ଆଭ୍ୟନ୍ତରିଣ ଡିଜାଇନ୍ ଓ ଆକର୍ଷଣୀୟ କାରୁକାର୍ଯ୍ୟ ପାଇଁ ପରିଚିତ। କେବଳ ସାଧାରଣ ଲୋକ ହିଁ ନୁହେଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବି ଆସନ୍ତି  ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ଓ୍ଵାଇଙ୍କୁ ଦର୍ଶନ କରିବା ପାଇଁ। ୧୮୯୩ ମସିହାରେ ପୁଣେର ମିଠା ତିଆରି କାରିଗର ଦଗୁଡୁସେଠ୍ ହଲ୍ଓ୍ଵାଇ ଏହି ଗଣେଶ ମନ୍ଦିରଟିକୁ ନିର୍ମାଣ କରାଇଥିଲେ।

କାଣିପକମ୍ ବିନାୟକ ମନ୍ଦିର :

ଚିତୋର ଜିଲ୍ଲାର କାଣିପକମ୍‌ଠାରେ ରହିଥିବା ବିନାୟକ ମନ୍ଦିର ସର୍ବପୁରାତନ ଐତିହାସିକ ଗଣେଶ ମନ୍ଦିର ମଧ୍ୟରୁ ଗୋଟିଏ। ୧୧୦୦ ଶତାଦ୍ଦୀରେ କୁଲୋଥୁଙ୍ଗା ଚୋଲା ଏହି ଐତିହାସିକ ମନ୍ଦିରଟିକୁ ନିର୍ମାଣ କରାଇଥିଲେ। ପରେ ୧୪୦୦ ଶତାବ୍ଦୀରେ ବିଜୟନଗର ସାମ୍ରାଜ୍ୟର ରାଜା ଏହି ମନ୍ଦିରକୁ ବିସ୍ତାର କରିଥିଲେ। ବହୁ ଶ୍ରଦ୍ଧାଳୁ ପ୍ରତିବର୍ଷ ଏଠାକୁ ଆସି ପବିତ୍ର ପାଣିରେ ବୁଡ଼ ପକାନ୍ତି। ଏହାବ୍ୟତୀତ ବିନାୟକ ଚଉଠି ସମୟରେ ହେଉଥିବା ବ୍ରହ୍ମ ଉସବ ଦେଖିବା ପାଇଁ ଏକାଧିକ ଶ୍ରଦ୍ଧାଳୁ ଏଠାରେ ଯୋଗ ଦିଅନ୍ତି।

ରଣଥାମ୍ବୋର ଗଣେଶ ମନ୍ଦିର :

ରାଜସ୍ଥାନର ରଣଥାମ୍ବୋର ଜିଲ୍ଲାରେ ଥିବା ଗଣେଶ ମନ୍ଦିର ଭାରତର ଆଉ ଏକ ବିଶ୍ୱପ୍ରସିଦ୍ଧ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଛି। ପୂର୍ବପୁରୁଷଙ୍କ କହିବାନୁଯାୟୀ, ଶ୍ରୀକୃଷ୍ଣ ସ ରୁକ୍ମିଣୀଙ୍କ ବିବାହ ନିମନ୍ତ୍ରଣ ପତ୍ର ଏଠାକୁ ପ୍ରଥମେ ପଠଯାଇଥିଲ। ଏହା ପରଠାରୁ ଦେଶର କୋଣ ଅନୁକୋଣରୁ ଲୋକେ ତାଙ୍କର ବିବାହ ନିମନ୍ତ୍ରଣ ପତ୍ର ଏଠାକୁ ଶୁଭ ବୋଲି ମନେ କରି ପଠାନ୍ତି। ଏହି ମନ୍ଦିରର ଆଉ ଏକ ମୁଖ୍ୟ ଆକର୍ଷଣ ହେଲା ଗଣେଶ ମେଳା। ପ୍ରତିବର୍ଷ ଗଣେଶ ପୂଜା ସମୟରେ ଏଠାରେ ଗଣେଶ ମେଳାର ଆୟୋଜନ କରାଯାଏ ଯେଉଁଥିରେ ହଜାର ହଜାର ଲୋକ ଭାଗ ନିଅନ୍ତି।

ରକ୍ ଫୋର୍ଟ ଉଚ୍ଚି ପିଲାୟାର୍ କୋଲି ମନ୍ଦିର :

ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ରହିଛି ଏହି ବହୁପୁରାତନ ‘ରକ୍ ଫୋର୍ଟ  ଉଚ୍ଚି ପିଲାୟାର୍ କୋଲି’ ନାମକ ଗଣେଶ ମନ୍ଦିର।  ୨୭୨ ଫୁଟ ଉଚ୍ଚ ଏକ ପଥର ଉପରେ ଏହି ବିନାୟକ ମନ୍ଦିରଟି ପ୍ରତିଷ୍ଠିତ। ପୁରାଣରେ ଏହି ମନ୍ଦିର ସମ୍ପର୍କରେ ଅନେକ ବିବରଣୀ ଉଲ୍ଲେଖିତ ରହିଛି।

Comment