ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି  ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ସେଥିପାଇଁ ରାଜଧାନୀ ଚଳଚଞ୍ଚଳ ହୋଇ ଉଠିଛି । ଆବାଳ ବୃଦ୍ଧ ବନିତା  ବୁଦ୍ଧିଦାତା ଗଜାନନଙ୍କ ଆରାଧନା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି। ସେଥିପାଇଁ ରାଜଧାନୀର ବିଭିନ୍ନ ଇଲାକାରେ ଲୋକ ସମାଗମ  ଆଖିରେ ପଡ଼ିଛି। ବିଭିନ୍ନ ଟ୍ରାଫିକ ପୋଷ୍ଟରେ ମଧ୍ୟ ଦିନ ଦଶଟା ବେଳକୁ ଯାନ ବାହନର  ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ଗତ କାଲି ରବିବାର ଛୁଟି ଥିବାରୁ ଗଣେଶଙ୍କ ମୂର୍ତ୍ତି ଦୋକାନରେ ଭୀଷଣ  ଭିଡ ଲାଗିଥିଲା । ଏହାପରେ ପୂଜାସାମଗ୍ରୀ ଓ ଫଳ ଦୋକାନରେ ମଧ୍ୟ  ଲୋକଙ୍କ ଭିଡ ଆଖିରେ ପଡିଥିଲା । ଶ୍ରୀବିଗ୍ରହଙ୍କ ପୂଜା ପାଇଁ ଆସ୍ଥାନ ନିର୍ମାଣ କରିବା ଲାଗି ବାଉଁଶ ପାତିଆରେ ନିର୍ମିତ ଚାଞ୍ଚରା ପାଖରେ ଅଧିକ ଭିଡ ଲାଗିଥିଲା। ବିଭିନ୍ନ  ମାର୍କେଟରେ ପୋଷାକ ଦୋକାନ ଓ ମଲରେ  ମଧ୍ୟ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।

ପାଣିପାଗ ବିଭାଗର ସୂଚନାକୁ ଭିତ୍ତି କରି ଏଥରର ଗଣେଶ ପୂଜା ବର୍ଷାରେ ଭିଜିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଆଜି ସକାଳୁ ସକାଳୁ  ପାଗ ଅନୁକୂଳ ରହିଛି।

Comment