ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣେଶ ପୂଜା ଆସିଲେ ଲୋକମାନଙ୍କ ମନକୁ ଆସେ ଭିନ୍ନ ଭିନ୍ନ ଡିଜାଇନ୍। କିଏ ଗଣେଶ ମୂର୍ତ୍ତିକୁ ପାରମ୍ପାରିକ ଷ୍ଟାଇଲ୍‌ ଓ ଢଙ୍ଗିରେ ସଜାଇଥା’ନ୍ତି। ତ କିଏ ଟ୍ରେଡିଂ ଡିଜାଇନ୍‌ରେ ମୂର୍ତ୍ତିକୁ ସଜାଇଥା’ନ୍ତି। ଆସନ୍ତୁ ନଜର ପକାଇବା କିଛି ଫିଲ୍ମର ହିରୋ ତଥା ନାମକୁ ନେଇ ହୋଇଥିବା ଗଣେଶ ପ୍ରତିମା।

ବାହୁବଳୀ ଗଣେଶ

ବହୁଚର୍ଚ୍ଚିତ ଫିଲ୍ମ ବାହୁବଳୀକୁ ନେଇ ତିଆରି ହୋଇଛି ବାହୁବଳୀ ଗଣେଶ। ଫିଲ୍କ ବାହୁବଳୀରେ ପ୍ରଭାସଙ୍କ ଭିନ୍ନ ଭିନ୍ନ ଷ୍ଟାଇଲକୁ ମୂର୍ତ୍ତିର ରୂପ ଦେଇଥିଲେ କାରିଗର।

ଶିବଲିଙ୍ଗ ସହ ବାହୁବଳୀ ଗଣେଶ

ବାହୁବଳୀ ଫିଲ୍ମରେ ପ୍ରଭାସଙ୍କ ଶିବଲିଙ୍ଗ ଉଠାଥିବାର ଦୃଶ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏଥିରେ ପ୍ରଭାସ ଶିବଲିଙ୍ଗକୁ କାନ୍ଧେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ତୁଳନା କରି କାରିଗରମାନେ ଠିକ୍ ସେହିପରି ଗଣେଶ ମୂର୍ତ୍ତି ତିଆରି କରିଥିଲେ। ଯାହା ସେହି ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିଲା।

ପାଣିରେ ହାତକୁ ଟେକି ଧରିଥିବା ବାହୁବଳୀ ଗଣେଶ

ବାହୁବଳୀ ଫିଲ୍ମର ପ୍ରଥମ ସିନ୍‌ରେ ଗୋଟିଏ ଛୋଟ ପିଲାକୁ ଜଣେ ମହିଳା ପାଣିରେ ଟେକି ଧରି ରଖିଥିବା ଦେଖିବାକୁ ମିଳିଥିଲା। ନିଜେ ପାଣିରେ ବୁଡ଼ିରହି କେବଳ ହାତକୁ ଉପରକୁ ଟେକି ଗୋଟିଏ ଶିଶୁକୁ ସେ ହାତରେ ଧରି ରଖିଥିଲେ।

ଅବିକଳ ସେହିଭଳି ମୂର୍ତ୍ତି ତିଆରି କରିଥିଲେ କାରିଗର। ଗ୍ରାହକମାନଙ୍କ ସ୍ୱତନ୍ତ୍ର ନିବେଦନ ସହ ଏପରି ମୂର୍ତ୍ତି ନିର୍ମାଣ ସେମାନେ କରିଥିଲେ।

ସିଂହାସନରେ ବସିଥିବା ବାହୁବଳୀ ଗଣେଶ

ବାହୁବଳୀ ଫିଲ୍ମରେ ପ୍ରଭାସ ସିଂହାସନରେ ବସିଥିବା ବେଳର ସମୟକୁ ପ୍ରତିମୂର୍ତ୍ତିର ରୂପ ଦେଇଥିଲେ ଗଣେଶ ମୂର୍ତ୍ତି କାରିଗର। ଏଥିରେ ବାହୁବଳୀର ପ୍ରଭାସଙ୍କ ପରି ଗଣେଶ ପ୍ରତିମା ସିଂହାସନରେ ବସିଥିବାର ଦେଖବାକୁ ମିଳିଥିଲା।

ତୀର ମାରୁଥିବା ବାହୁବଳୀ ଗଣେଶ

ବାହୁବଳୀ ଫିଲ୍ମ ଦ୍ୱିତୀୟ ଅଧ୍ୟାୟରେ ପ୍ରଭାସ ହାତୀ ଉପରେ ଠିଆ ହୋଇ ତୀର ମାରୁଥିବାର ଅଦ୍ଭୁତ ଦୃଶ୍ୟକୁ ମାଟିରେ ନିର୍ମାଣ କରିଥିଲେ କାରିଗର। ହାତୀ ଉପରେ ବସି ପ୍ରଭାସ ତୀର ମାରୁଥିବା ଦର୍ଶକ ଦେଖିବାକୁ ପାଇଥିଲେ। ଅବିକଳ ସେହିଭଳି ଡିଜାଇନ୍‌ର ଗଣେଶ ପ୍ରତିମୂର୍ତ୍ତି ତିଆରି କରିଥିଲେ କାରିଗର।

 

ବଲିଉଡ୍ ଓ ହଲିଉଡର ବିଭିନ୍ନ ଚରିତ୍ରରେ ତିଆରି ଗଜାନନ

ସ୍ପାଇଡରମ୍ୟାନ୍ ଗଣେଶ

ସେହିଭଳି ଗଣେଶଙ୍କ ସ୍ପାଇଡରମ୍ୟାନ୍ ଅବତାରକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଥିଲେ। ଲୋକପ୍ରିୟ ହଲିଉଡ୍ ଫିଲ୍ମ ସ୍ପାଇଡରମ୍ୟାନ ଗେଟ୍‌ଅପ୍‌ରେ ଲୋକମାନେ ଦେଖିବାକୁ ପାଇଥିଲେ ବିଘ୍ନରାଜ ଗଣେଶଙ୍କୁ। ଏଥିରେ ଗଣେଶ ଅବିକଳ ସ୍ପାଇଡରମ୍ୟାନଙ୍କ ପୋଷାକ ପିନ୍ଧିଥିଲେ। ଏବଂ ଠିକ୍ ସ୍ପାଇଡରମ୍ୟାନ ଭଳି ତାଙ୍କର ଛାତିରେ ଗୋଟିଏ ବୁଢ଼ିଆଣୀ ରହିଥିବା ଦେଖାଯାଇଥିଲା।

ରାଓଡି ରାଠୋର୍ ଗଣେଶ

ବଲିଉଡରେ ଖୁବ ଭଲ ବ୍ୟବସାୟ କରିଥିଲା ଅକ୍ଷୟ କୁମାରଙ୍କ ଫିଲ୍ମ ରାଓଡି ରାଠୋର। ଏଥିରେ ଅକ୍ଷୟଙ୍କ ପୋଲିସ ଓ ଚୋରର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ତେବେ ସେହି ସମୟରେ ଗଣେଶଙ୍କୁ ମଧ୍ୟ ରାଓଡି ରାଠୋରର ରୂପ ଦେଇଥିଲେ କାରିଗର। ଅକ୍ଷୟ କୁମାରଙ୍କ ଭଳି ପୋଲିସ ପୋଷାକ ସହ ରାଓଡି ଗେଟଅପରେ ନଜର ଆସିଥିଲେ ଗଣେଶ।

Comment