ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଆକାଶରେ ଉଡ଼ିଲେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ପଠାନକୋଟ୍‌ ଏୟାରବେସ୍‌ରୁ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବିଏସ୍‌ ଧନୋଆ ଉଡ଼ାଣ ଭରିଥିଲେ। ତାଙ୍କ ପଛରେ ଅଭିନନ୍ଦନ ବସିଥିଲେ।

ସେପ୍ଟେମ୍ବର ୩୦ରେ ଧନୋଆ ଅବସର ନେଉଛନ୍ତି। ମିଗ୍‌-୨୧ ଲଢୁଆ ବିମାନରେ ଏହା ତାଙ୍କ ଶେଷ ଉଡ଼ାଣ ବୋଲି କୁହାଯାଉଛି। ଅବସର ନେବା ପୂର୍ବରୁ ସେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସାଙ୍ଗରେ ନେଇ ଆକାଶ ମାର୍ଗରେ ଉଡ଼ିଥିଲେ।

ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬କୁ ମାରି ଖସାଇ ଦେଇଥିଲେ ଅଭିନନ୍ଦନ। ପାକିସ୍ତାନ ଲଢୁଆ ବିମାନକୁ ଖସାଇବା ସହ ସେ ନିଜେ ମଧ୍ୟ ପାକିସ୍ତାନ ସୀମାରେ ଖସିପଡ଼ିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରି ନେଇଥିଲା। ଭାରତର କୂଟନୀତି ଚାଲ ଆଗରେ ହାର୍ ମାନି ଶେଷରେ ଅଭିନନ୍ଦଙ୍କୁ ପାକିସ୍ତାନ ଭାରତ ଛାଡ଼ିଥିଲା। ସେବେଠାରୁ ବିମାନରେ ଉଡ଼ାଣ ଭରି ନଥିଲେ ଅଭିନନ୍ଦନ।

‘‘ଅଭିନନ୍ଦନ ଏବଂ ମୁଁ ପାକିସ୍ତାନ ବିରୋଧରେ ଲଢ଼େଇ କରିଥିଲୁ। ଆମ ଭିତରେ ଅନେକ ସମାନତା ରହିଛି। ମୁଁ ୧୯୮୮ରେ ପାକିସ୍ତାନ ଲଢୁଆ ବିମାନକୁ ଖସାଇବାର ୯ ମାସ ପରେ ଉଡ଼ାଣ ଭରିଥିଲି। ଅଭିନନ୍ଦନ ୬ ମାସ ପରେ ଉଡ଼ାଣ କରିଛନ୍ତି। ଅଭିନନ୍ଦନଙ୍କ ବାପାଙ୍କ ସହ ମୁଁ ଉଡ଼ାଣ ଭରିଥିଲି’’, କହିଛନ୍ତି  ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବିଏସ୍‌ ଧନୋଆ।

Comment